www.samajalive.in
Sunday, December 7, 2025
26.1 C
Bhubaneswar

ଏଲ୍‌ଏସି ସ୍ଥିତି ନିୟନ୍ତ୍ରଣାଧୀନ : ସେନା ମୁଖ୍ୟ ନରବଣେ

ଡେରାଡୁନ,୧୩ା୬: ପ୍ରକୃତ ନିୟନ୍ତ୍ରଣରେଖା (ଏଲଏସି)ରେ ଭାରତ ଏବଂ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ରାସ୍ତା ବାହାରିପାରୁ ନାହିଁ। ମେଜର ଜେନେରାଲ ଓ କମାଣ୍ଡରସ୍ତରୀୟ ଏକାଧିକ ଆଲୋଚନା ସତ୍ତ୍ବେ କେହି ନିଜ ଜିଦ୍‌ରୁ ହଟୁ ନାହାନ୍ତି। ପାନ୍‌ଗଙ୍ଗ ହ୍ରଦ ପ୍ରସଙ୍ଗରେ କୌଣସି ଅଗ୍ରଗତି ନ ହେବାରୁ ସମ୍ପ୍ରତି ଗଲୱାନ୍‌ ଉପତ୍ୟକାର ତିନିଟି ମହତ୍ତ୍ବପୂର୍ଣ୍ଣ ସ୍ଥାନ ପିପି ୧୪, ପିପି ୧୫ ଓ ପିପି ୧୭ ଉପରେ ଆଲୋଚନା ଚାଲିଥିବା ସୂଚନା ମିଳିଛି। ଚୀନ୍‌ ପୂର୍ବ ଲଦାଖର ଏହି ଅଞ୍ଚଳ ଉପରେ ସର୍ବାଧିକ ଗୁରୁତ୍ବ ଦେଉଛି। ପାନଗଙ୍ଗ ହ୍ରଦର ମୋଟ ୮ ଫିଙ୍ଗର (ସାମରିକ ଦୃଷ୍ଟିକୋଣରୁ ଚିହ୍ନିତ) ଫିଙ୍ଗର-୪ ଅଞ୍ଚଳ ଭାରତ ଅଧୀନରେ ଥିବାବେଳେ ଚୀନ୍‌ ଏହାକୁ ନିଜ ପକ୍ଷକୁ ନେବା ପାଇଁ ଚାହୁଁଛି। ପାନ୍‌ଗଙ୍ଗ ସମ୍ପର୍କରେ କମାଣ୍ଡରସ୍ତରୀୟ ଆଲୋଚନା ପୁନଃ ଆୟୋଜନ ପାଇଁ ଧାର୍ଯ୍ୟ ହୋଇଛି। ଶୁକ୍ରବାର ତୃତୀୟ ଥର ପାଇଁ ମେଜର ଜେନେରାଲସ୍ତରୀୟ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ଏଲଏସି ନିକଟରେ ସାମରିକ ଶକ୍ତି ବୃଦ୍ଧି କରୁଥିଲେ ମଧ୍ୟ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହେବ ବୋଲି କହୁଛନ୍ତି।
ଅପରପକ୍ଷରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌.ଏମ୍‌ ନରବଣେ ଶନିବାର କହିଛନ୍ତି ଯେ ସୀମାନ୍ତରେ ଉତ୍ତେଜନା ଏବେ ନିୟନ୍ତ୍ରଣାଧୀନ ରହିଛି। କମାଣ୍ଡରସ୍ତରୀୟ ବୈଠକ ସହିତ ଅନ୍ୟ ଉଚିତ ସ୍ତରରେ ଆଲୋଚନା ଜାରି ରହିଛି ଓ ଏହା ସକାରାତ୍ମକ ଦିଗରେ ଆଗଉଛି। ଶନିବାର ଇଣ୍ଡିଆନ୍‌ ମିଲିଟାରୀ ଏକାଡେମୀଠାରେ ଅନୁଷ୍ଠିତ ପାସିଂ ଆଉଟ୍‌ ପରେଡ୍‌ରେ ଯୋଗଦେବା ଅବସରରେ ନରବଣେ କହିଛନ୍ତି ଯେ ଆଲୋଚନା ସକାରାତ୍ମକ ରହିଛି। ସେହିପରି ନେପାଳ ସହିତ ସୀମା ବିବାଦ ପ୍ରସଙ୍ଗରେ ସେ କହିଛନ୍ତି ଯେ ନେପାଳ ଆମର ଭଲ ପଡ଼ୋଶୀ ଏବଂ ତା’ ସହିତ ଖୁବଶୀଘ୍ର ସମସ୍ତ ପ୍ରସଙ୍ଗର ସମାଧାନ କରାଯିବ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories