www.samajalive.in
Saturday, December 6, 2025
14.1 C
Bhubaneswar

ସିଆରପିଏଫ ଟିମ୍‌ ଉପରେ ଆତଙ୍କୀ ଆକ୍ରମଣ, ଜଣେ ଯବାନ ଆହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲା ଅନ୍ତର୍ଗତ ବିଜାବିହାଡ଼ା ଅଞ୍ଚଳରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗ୍ରେନେଡ୍‌ ମାଡ଼ କରିବାରୁ ଜଣେ ଯବାନ ଆହତ ହୋଇଛନ୍ତି। ସେ ହେଲେ  ୪୦ ବାଟାଲିୟନର ପାଟିଲ ପଦ୍ମାକର। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆତଙ୍କବାଦୀଙ୍କୁ ଧରିବା ଲାଗି ସର୍ଚ୍ଚ ଅପରେଶନ ଜାରି ରହିଛି।

ଆତଙ୍କବାଦୀମାନେ ଯେଉଁ ସ୍ଥାନରେ ଗ୍ରେନେଡ୍‌ ଆକ୍ରମଣ କରିଛନ୍ତି ସେଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଶାହନୱାଜ ହୁସେନ ରାଲି କରୁଥିଲେ। ଅନ୍ୟପଟେ ଏହା ପୂର୍ବରୁ ଆଜି ପୂର୍ବାହ୍ନରେ ଅନନ୍ତନାଗ ଜିଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା। ଏହି ସମୟରେ ଆହତ ଅବସ୍ଥାରେ ଜଣେ ଆତଙ୍କବାଦୀକୁ ଗିରଫ କରାଯାଇଛି। ତା’ ପେଟରେ ଗୁଳି ବାଜିଛି। ଜିଲାର ବାବା ଗୁନ୍ଦ ଖଲିଲ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେଶନ ଚାଲିଥିବାବେଳେ ଏହି ଗୁଳିବିନିମୟ ଘଟିଥିବା ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ଡିଡିସି ନିର୍ବାଚନରେ ଜନସାଧାରଣ ସକ୍ରିୟ ଅଂଶଗ୍ରହଣ କରୁଥିବାରୁ ଆତଙ୍କୀ ସଂଗଠନ ବିଚଳିତ ହୋଇପଡ଼ିଛନ୍ତି। ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ଲାଗି ବାରମ୍ବାର ଆକ୍ରମଣ କରୁଛନ୍ତି। ଏହା ପୂର୍ବରୁ ଗତ ଶନିବାର ବାରାମୂଳାର ସୋପୋର ଅଞ୍ଚଳରେ ଗ୍ରେନେଡ୍‌ ଆକ୍ରମଣ ହୋଇଥିଲା। ଏଥିରେ ୨ ଜଣ ନାଗରିକ ଆହତ ହୋଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories