www.samajalive.in
Monday, December 15, 2025
26.1 C
Bhubaneswar

ଘଉଡ଼ାଇବା ବେଳେ କଚାଡ଼ି ଦେଲା ହାତୀ, ଯୁବକ ଗୁରୁତର

ଜି. ଉଦୟଗିରି: ଉତ୍ତର ଘୁମୁସର ବନଖଣ୍ଡରୁ ଚାଲିଆସିଥିବା ହାତୀପଲ କଳିଙ୍ଗା ସେକ୍ସନ ଅନ୍ତର୍ଗତ ରେଟୁଡ଼ି ଅଞ୍ଚଳରେ ଉପଦ୍ରବ ଜାରି ରଖିଛନ୍ତି। ଗୁରବାର ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଟିକେନ୍ଦ୍ର ପ୍ରଧାନ ନାମକ ଯୁବକ ଗୁରୁତର ଆହତ ହୋଇଛନ୍ତି। ଟିକେନ୍ଦ୍ର ଗ୍ରାମବାସୀଙ୍କ ସହ ମିଶି ହାତୀ ଘଉଡ଼ାଉଥିବା ସମୟରେ ଏକ ହାତୀ ତାଙ୍କୁ ବୁଲାଇ କଚାଡ଼ି ଦେବା ଫଳରେ ମୁଣ୍ଡରେ ଓ କାନ୍ଧରେ ଆଘାତ ଲାଗିଛି। ତାଙ୍କୁ ବନବିଭାଗ ଗାଡିରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ୯ଦିନ ହେବ ୧୮ଟିକିଆ ହାତୀପଲ ଏହି ଅଞ୍ଚଳରେ ଉପସ୍ଥିତି ଜାହିର କରିବା ସହ ସନ୍ଧ୍ୟା ସମୟରେ ଗ୍ରାମ ମୁଖା ହୋଇ ଉପଦ୍ରବ କରି ଫସଲ ନଷ୍ଟ କରୁଛନ୍ତି। ଫଳରେ ବନବିଭାଗ ଡ୍ରୋନ କ୍ୟାମେରା ସାହାଯ୍ୟରେ ଗତିବିଧି ଅନୁଧ୍ୟାନ କରିବା ସହିତ ସେମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଛି। ହାତୀମାନେ ଗ୍ରାମବାସୀଙ୍କ ଫସ ନଷ୍ଟ କରୁଥିବାରୁ ସେମାନଙ୍କୁ ଘଉଡ଼ାଇବାକୁ ବନ କର୍ମଚାରୀଙ୍କ ସହିତ ୨୦/୨୫ ଗ୍ରାମବାସୀ ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ଏପରି ଅଘଟଣ ଘଟିଥିଲା। ତେବେ ୫ବର୍ଷରେ ଥରେ ହାତୀ ଗଣନା ହେଉଥିବାବେଳେ ଗତ ୨୨ତାରିଖରେ ଗଣନା ଆରମ୍ଭ ହୋଇଥିଲେ ସୁଦ୍ଧା ଆଜି ଶେଷ ଦିନରେ ହାତୀ ସଂଖ୍ୟା ୨୫କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ସେଥିରୁ ଦନ୍ତା ୬ଟି, ଶାବକ ୬ଟି ଓ ମାଈ ହାତୀ ୧୩ଟି ଥିବାବେଳେ ଉପ ବନସଂରକ୍ଷକ ମଳୟ ରଞ୍ଜନ କାଲୋ ଏହାର ସମୀକ୍ଷା କରୁଥିବା ଜଣାପଡ଼ୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories