www.samajalive.in
Monday, December 15, 2025
27.1 C
Bhubaneswar

ହାର୍ଡୱେୟାର ଦୋକାନରେ ବିସ୍ଫୋରଣ, ୨୦ ଫୁଟ ଦୂରରେ ପଡ଼ିଲେ କର୍ମଚାରୀ

ଝୁଂଝୁନୁ, ୨୯ା୧୦: ରାଜସ୍ଥାନ ଝୁଂଝୁନୁ ଜିଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଖେତଡିର ନିଜାମପୁର ଛକସ୍ଥିତ ଏକ ହାର୍ଡୱେୟାର ଦୋକାନରେ ଭୟାବହ ବିସ୍ଫୋରଣ ଫଳରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ କ୍ଷୟକ୍ଷତି ଘଟିଛି। ବିସ୍ଫୋରଣ ଫଳରେ ଦୋକାନର ଲୁହା ସଟର ୬୦ ଫୁଟ ଦୂରରେ ଛିଟକି ପଡିଥିଲା। ଏହି ସମୟରେ ଦୋକାନରେ ଶୋଇଥିବା ବ୍ୟକ୍ତି ବିସ୍ଫୋରଣରେ ୨୦ ଫୁଟ ଦୂରରେ ରାସ୍ତାରେ ପଡିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏହି ଘଟଣାର ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିବା ପରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି।
ସ୍ଥାନୀୟଲୋକଙ୍କ କହିବାନୁସାରେ ବିଳମ୍ବିତ ରାତିରେ ଅଚାନକ ବିସ୍ଫୋରଣ ହୋଇଥିଲା। ଏଥିରେ ଆଖପାଖ ଦୋକାନର କାଚ ଭାଙ୍ଗିଯାଇଥିଲା। ଦୋକାନରୁ ଧୁଆଁ ବାହାରୁଥିବା ଦେଖି ପୁଲିସକୁ ସ୍ଥାନୀୟଲୋକେ ସୂଚନା ଦେଇଥିଲେ। ଖେତଡି ପୁଲିସ ପହଞ୍ଚି ମୃତଦେହକୁ ଜିଲା ହସ୍ପିଟାଲ ଶବାଗାର ପଠାଇବା ସହ ମାମଲାର ଯାଞ୍ଚ କରୁଛି। ତେବେ କାହିଁକି ଏବଂ କେମିତି ଏହି ବିସ୍ଫୋରଣ ହେଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories