www.samajalive.in
Saturday, December 6, 2025
14.1 C
Bhubaneswar

ଦିନ ୧୧ଟା ସୁଦ୍ଧା ମୁଖ୍ୟ ଖବର ( ୯ ମେ ୨୦୨୧)

ଦେଶ/ବିଦେଶ ଖବର

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ଲଗାତାର ୪ ଲକ୍ଷ ଅତିକ୍ରମ କରୁଛି। ଦେଶରେ ୨୪ ଘଣ୍ଟାରେ ୪,୦୩,୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ପଜିଟିଭ ସଂଖ୍ୟା ୨,୨୨,୯୬,୪୧୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୪,୦୯୨ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୨,୪୨,୩୬୨ରେ ପହଞ୍ଚିଛି।

ନୂଆଦିଲ୍ଲୀ: ଭାରତରେ କରୋନାର ଭୟଙ୍କର ସ୍ଥିତି ଆହୁରି ବାକି ରହିଛି ବୋଲି ଜାତିସଂଘ ସଂସ୍ଥା ‘ୟୁନିସେଫ୍‌ ଚେତାବନୀ ଦେଇଛି। ୟୁନିସେଫ୍‌ର କାର୍ଯ୍ୟକାରୀ ନିର୍ଦେଶକ ହେନରିଟ୍ଟା ଏଚ୍‌ ଫୋର କହିଛନ୍ତି ଯେ ଭାରତରେ କରୋନା ସଂକ୍ରମଣ ଯେଉଁପରି ଭାବେ କାୟା ବିସ୍ତାର କରୁଛି ତାହା ଆଗାମୀ ଦିନରେ ଆହୁରି ଭୟଙ୍କର ରୂପ ନେଇପାରେ। ଏହା ସମଗ୍ର ବିଶ୍ବ ପାଇଁ ସତର୍କ ଘଣ୍ଟି। ଏହି ପରିପ୍ରେକ୍ଷୀରେ ସମଗ୍ର ବିଶ୍ବ ଭାରତକୁ ସହାୟତା ପାଇଁ ଆଗେଇ ଆସିବା ଉଚିତ ବୋଲି ସେ କହିଛନ୍ତି।

- Advertisement -

ନୂଆଦିଲ୍ଲୀ: ଭାରତ କୋଭିଡ-୧୯ ସଂକ୍ରମଣର ମୁକାବିଲା କରିବା କ୍ଷେତ୍ରରେ ଆଦ୍ୟ ଅବସ୍ଥାରେ ପାଇଥିବା ସଫଳତାକୁ ନଷ୍ଟ କରିଦେଲା ଏବଂ ସଂପ୍ରତି ଭାରତରେ ଜାତୀୟ ସ୍ତରରେ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟିହୋଇଛି ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟୀ ବୋଲି ଅନ୍ତର୍ଜାତିକ ଚିକିତ୍ସା ପତ୍ରିକା ‘ଦି ଲାନ୍ସେଟ’ର ସଂପାଦକୀୟରେ କୁହାଯାଇଛି।

ନୂଆଦିଲ୍ଲୀ: ଭାରତୀୟ ସେନାରେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ ଦଳ ସାମିଲ ହୋଇଛନ୍ତି। ଏହି ଦଳରେ ମୋଟ ୮୩ ମହିଳା ସୈନିକ ରହିଛନ୍ତି। ଶନିବାର ବେଙ୍ଗାଲୁରୁସ୍ଥିତ କର୍ପସ ଅଫ ମିଲିଟାରୀ ପୁଲିସ ସେଣ୍ଟର ଆଣ୍ଡ ସ୍କୁଲ (ସିଏମପି ସି ଆଣ୍ଡ ଏସ)ର ଦ୍ରୋଣାଚାର୍ଯ୍ୟ ପରେଡ ଗ୍ରାଉଣ୍ଡଠାରେ ଏହି ମହିଳା ସାମରିକ ପୁଲିସ ବାହିନୀ ଆନୁଷ୍ଠାନିକ ଭାବରେ ସାମିଲ ହୋଇଥିଲେ।

ନୂଆଦିଲ୍ଲୀ: ଗତ ସପ୍ତାହରେ ଚୀନ ଉତ୍‌କ୍ଷେପଣ କରିଥିବା ସବୁଠୁ ବଡ଼ ରକେଟ୍‌ ହିନ୍ଦ ମହାସାଗରରେ ଖସିଛି। ଫଳରେ ପୃଥିବୀ ଆଡ଼କୁ ମହାକାଶରୁ ଯେଉଁ ବିପଦ ଆସୁଥିଲା ତାହା ଟଳିଯାଇଛି। ରକେଟ୍‌ ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ତାହାର ଏକ ବଡ଼ ଅଂଶକୁ ନଷ୍ଟ କରିଦିଆଯାଇଥିଲା ଏବଂ ତାହାର ଅବଶେଷ ହିନ୍ଦ୍‌ ମହାସାଗରରେ ଖସିଥିଲା।

ରାଜ୍ୟ ଖବର

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୬୪ ଜଣଙ୍କୁ ଚିହ୍ନଟ କରାଯାଇଛି।  ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୪ ହଜାର ୮୪୨କୁ ବୃଦ୍ଧିପାଇଛି।

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେମାନେ ସମସ୍ତେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ।

ଭୁବନେଶ୍ୱର: ଦିନକ ପରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଶନିବାର ବିଭିନ୍ନ ସ୍ଥାନରେ କାଳବୈଶାଖୀ କାରଣରୁ ସର୍ବାଧିକ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୂ ସୂଚନା ଦିଆଯାଇଛି।

ଛେଣ୍ଡିପଦା: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତର ମାଝିଗୋହିରାପଶି ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁରେ ଗୋବିନ୍ଦ ମାଝି ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ କରୋନା ଭୟରେ ପରିବାର କିମ୍ବା ଗ୍ରାମବାସୀ କେହି ପାଖ ମାଡିଲେ ନାହିଁ। ଶେଷରେ ବିଡିଓ, ପିଇଓ ଏବଂ ସରପଞ୍ଚ ବୃଦ୍ଧଙ୍କ ପୁତ୍ର ସହ ପିପିଇ କିଟ ପିନ୍ଧି କୋକେଇରେ ମୃତଦେହକୁ ଶ୍ମଶାନକୁ ନେଇ ସତ୍କାର କରିଥିବା ଜଣାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories