www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ନେଲା ଡାକ ଅଧିକାରୀଙ୍କ ଜୀବନ

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ଡାକ ବିଭାଗ ଡାକ ଅଧିକାରୀ ମନୋଜ ମହାନ୍ତି (୩୯)ଙ୍କ କରୋନାରେ ଦେହାନ୍ତ ହୋଇ ଯାଇଛି। କିଛିଦିନ ହେବ ସେ ସଂକ୍ରମିତ ହୋଇ ଗୃହ ସଂଘରୋଧ ରେ ରହୁଥିଲେ। ଶନିବାର ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ରେମୁଣା କୋଭିଡ଼ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ରବିବାର ତାଙ୍କ ନିଶ୍ୱାସ ନେବାରେ ବହୁ କଷ୍ଟ ହୋଇଥିଲା। ଅମ୍ଳଜାନ ସଂକଟ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ଘର ନୀଳଗିରି ବ୍ଲକ ଗରଡ଼ିହି ପଞ୍ଚାୟତ ଅଧୀନ କଳାକାଦ ଗ୍ରାମରେ। ସେ କଳାକାଦ, ବାଲେଶ୍ଵର, ନୀଳଗିରି ପ୍ରଭୃତି ଡାକ କାର୍ଯ୍ୟାଳୟରେ କାମ କରିଛନ୍ତି। ଡାକ କାର୍ଯ୍ୟ ବ୍ୟତୀତ ସେ ଜଣେ ଭଲ କ୍ରିକେଟ ଖେଳାଳି ବୋଲି ଅଞ୍ଚଳରେ ନାଁ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories