www.samajalive.in
Friday, December 5, 2025
20.1 C
Bhubaneswar

ରାଜ୍ୟରେ ମାସ୍କ ଓ ସାମାଜିକ ଦୂରତା ଉଲ୍ଲଙ୍ଘନ କଲେ ୯୪୦୦ଜଣ, ୨୪ଘଣ୍ଟାରେ ପୁଲିସ ଜୋରିମାନା ଆଦାୟ କଲା ୨୫ଲକ୍ଷ ୭୯୦୦ଟଙ୍କା

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହରକୁ ପ୍ରତିହତ କରିବା ପାଇଁ ଅମାନିଆଙ୍କୁ ସାବାଡ୍‌ କରିବା ଏବଂ ରାଜ୍ୟରେ କୋଭିଡ୍‌ କଟକଣା କଡ଼ାକଡ଼ି ଭାବେ ପାଳନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଲିସ ଡିଜିଙ୍କୁ ନିର୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ୧୦ଦିନ ପର୍ଯ୍ୟନ୍ତ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଜାରି କରିଥିଲେ। ଆବଶ୍ୟକସ୍ଥଳେ ଅଧିକ ପୁଲିସ ନିୟୋଜିତ କରିବାକୁ କହିଥିଲେ। ଏହି ପରିପ୍ରେକ୍ଷୀର ପୁଲିସ ଡିଜିଙ୍କ ପକ୍ଷରୁ ରାଜ୍ୟରେ ସ୍ପେଶାଲ୍‌ ଡ୍ରାଇଭ୍‌ ଚାଲିଛି। ଆଜି କରୋନା ଅମାନିଆଙ୍କଠାରୁ ଦିନକରେ ୨୫ଲକ୍ଷ ୭୯୦୦ଟଙ୍କା ଜରିମାନା ଆଦାୟ କରିଥିବା ଜଣାପଡ଼ିଛି।


ଓଡ଼ିଶା ପୁଲିସ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି ଯେ ଓଡ଼ିଶା ପୁଲିସ ପକ୍ଷରୁ ଚାଲିଥିବା ସ୍ପେଶାଲ୍‌ ଡ୍ରାଇଭ୍‌ର ପ୍ରଥମ ଦିନରେ ମାସ୍କ ଓ ସାମାଜିକ ଦୂରତା ଉଲ୍ଲଙ୍ଘନକାରୀ ୯୪୦୦ଜଣଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ୨୪ଘଣ୍ଟାରେ ମୋଟ ୨୫ଲକ୍ଷ ୭୯୦୦ଟଙ୍କା ଜରିମାନା ଆଦାୟ ହୋଇଛି। ରାଜ୍ୟରେ ସ୍ପେଶାଲ୍‌ ଡ୍ରାଇଭ୍‌ରେ ମୋଟ ୧୩୬ ପ୍ଲାଟୁନ୍‌ ଫୋର୍ସ ନିୟୋଜିତ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହର ବଢ଼ୁଥିବାର ଦେଖି ଓଡ଼ିଶା ପୁଲିସ୍ ଅଧିକ ସଜାଗ ହୋଇଛି। ଯେଉଁମାନେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରୁଛନ୍ତି, ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଉଛି। ଏହିକ୍ରମରେ ଗତ ୨୪ ଘଣ୍ଟା ଭିତରେ ଓଡ଼ିଶା ପୁଲିସ୍ ୨୫ଲକ୍ଷରୁ ଅଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ବୋଲି ସୂଚନା ଦିଆଯାଇଛି।

- Advertisement -

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories