www.samajalive.in
Monday, December 15, 2025
26.1 C
Bhubaneswar

ଟିକାକରଣ କ୍ଷେତ୍ରରେ ଐତିହାସିକ ସଫଳତା : ମାତ୍ର ୮୨ ଦିନରେ ୯,୦୧,୯୮, ୬୭୩ ଜଣଙ୍କୁ ଟିକାଦାନ

ନୂଆଦିଲ୍ଲୀ : କରୋନା ଟିକାକରଣ କ୍ଷେତ୍ରରେ ୯ କୋଟିରୁ ଊର୍ଦ୍ଧ୍ବ ଟିକାଦାନ କରି ଭାରତ ଏକ ଐତିହାସିକ ସଫଳତା ହାସଲ କରିଛି। ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନରେ ଗତକାଲି ପ୍ରାୟ ୩୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ମାତ୍ର ୮୨
ଦିନରେ ୯ କୋଟି ୧ ଲକ୍ଷ ୯୮ ହଜାର ୬୭୩ ଲୋକଙ୍କୁ ଟିକାଦାନ କରି ଭାରତ ଏହି ସଫଳତା ହାସଲ କରିପାରିଛି। ବିଶ୍ୱସ୍ତରରେ ଦୈନିକ ଯେତିକି ଟିକା ଦିଆଯାଉଛି, ଭାରତ ହାରାହାରି ଦୈନିକ ୩୪ଲକ୍ଷ ଟିକାଦାନ କରି ପ୍ରଥମ ସ୍ଥାନରେ ରହିଛି।

ଚଳିତବର୍ଷ ଜାନୁୟାରୀ ୧୬ ତାରିଖରୁ ଦେଶରେ ପ୍ରଥମେ ସ୍ୱାସ୍ଥ୍ୟସେବା କର୍ମଚାରୀମାନଙ୍କୁ ଟିକା ଦିଆଯାଇଥିଲା। ଫେବୃୟାରୀ ୨
ତାରିଖରୁ ଆଗଧାଡିର କରୋନା ଯୋଦ୍ଧାମାନଙ୍କୁ ଟିକା ଦିଆଯାଇଥିଲା ଏବଂ ମାର୍ଚ୍ଚ ପହିଲାରୁ ୬୦ବର୍ଷରୁ ଊର୍ଦ୍ଧ୍ବ ଓ ବିବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିମାନଙ୍କୁ ଟିକାଦାନରେ ସାମିଲ କରାଯାଇଥିଲା। ଟିକାଦାନ ପରିସରକୁ ବୃଦ୍ଧି କରି ଚଳିତମାସ ପହିଲାରୁ ୪୫ ବର୍ଷ ବୟସର ସମସ୍ତଙ୍କୁ ଟିକା ଦିଆଯାଉଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏହି ଅଳ୍ପଦିନ ଭିତରେ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସର ସାଢ଼େ ୫ କୋଟି ଲୋକଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିଲାବେଳେ ୧୫ଲକ୍ଷ ଲୋକଙ୍କୁ ଦ୍ୱିତୀୟ
ଡୋଜ୍‍ ଟିକା ଦିଆଯାଇ ସାରିଲାଣି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories