www.samajalive.in
Saturday, December 6, 2025
16.1 C
Bhubaneswar

ସୁରକ୍ଷାମଞ୍ଚ ପ୍ରତିନିଧି ଦଳର ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ

ରେଙ୍ଗାଲି : ଏନ୍.ଏଲ୍.ସି କୋଇଲା ଖଣି ଯୋଗୁଁ ବିସ୍ଥାପିତ ଏବଂ କ୍ଷତିଗ୍ରସ୍ତ ଙ୍କ ସମସ୍ୟାର ସମାଧାନ ପାଇଁ ଆର୍.ପି.ଡିଏସି ବୈଠକ ଡକାଯିବା ସହ ସୁରକ୍ଷାମଞ୍ଚର ପ୍ରତିନିଧି ଦଳ ବିଭିନ୍ନ ଦାବୀ ନେଇ ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଛନ୍ତି । ରେଙ୍ଗାଲି ବ୍ଳକ୍ ର ଖିଣ୍ଡା ପଞ୍ଚାୟତରେ ପ୍ରତିଷ୍ଠିତ ଏନ୍.ଏଲ୍.ସି କମ୍ପନୀର ତଲବିରା କୋଇଲା ଖଣି ଯୋଗୁଁ ବିସ୍ଥାପିତ କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ହେଉଥିବା ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟ। ସମେତ ରାଜ୍ୟ ରାଜପଥରେ ବେଆଇନ୍ ପାର୍କିଂ ବନ୍ଦ କରିବା । କମ୍ପାନୀ ରେ ସ୍ଥାନିୟ ନିଯୁକ୍ତି, ସାତ ଗଛିଆ ଛକ ରୁ ଠେଲକୁଲି ହାଇସ୍କୁଲ ଏବଂ ଏସ୍.ଏଚ୍/୧୦ ରୁ ଆର୍.ଏଣ୍ଡ୍ .ଆର୍ କଲୋନୀ ପର୍ଯ୍ୟନ୍ତ ଆଲୋକି କରଣ । ସର୍ଭିସ ରୋଡ୍ ନିର୍ମାଣ କରିବା ସହିତ କୋଇଲା ପରିବହନ ପାଇଁ ଆସୁଥିବା ଭାରିଯାନ ପାଇଁ ସ୍ୱତନ୍ତ୍ର ପାର୍କିଂ ଜୋନ୍ ର ବ୍ୟବସ୍ଥା କରାଯିବା ଆଦି ସମସ୍ୟାର ଆଶୁ ସମାଧାନ କରାଯିବା ପାଇଁ ଆଜି ବୀର ସୁରେନ୍ଦ୍ର ସାଏ ଆଞ୍ଚଳିକ ସୁରକ୍ଷା ମଞ୍ଚ ର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ଉପରୋକ୍ତ ଦାବୀ ବ୍ୟତୀତ କୋଇଲା ଖଣି ଯୋଗୁଁ ବିସ୍ଥାପିତ ବୁଧିଆପାଲି ଗ୍ରାମବାସୀଙ୍କୁ ଉପଯୁକ୍ତ ଥଇଥାନ କରାଯିବା । ବିସ୍ଥାପିତ /କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ପରିବାରର ବେକାର ଯୁବକ./ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି । ଅଧିଗୃହୀତ ଜମିର ମନମୁଖୀ ମୂଲ୍ୟାୟନ କରାଯାଇଥିବାରୁ ଜମିହରା ପରିବାର ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି ଏଣୁ ଜମି ର ପୁନଃ ମୂଲ୍ୟାୟନ କରାଯିବାକୁ ମଧ୍ୟ ଦାବୀ କରାଯାଇଛି । ତଲବିରା ମୌଜା କୁ ବିସ୍ଥାପିତ କରିବା, ସୁପର୍ ସ୍ପେସାଲିଟୀ ହସପିଟାଲ୍ ପ୍ରତିଷ୍ଠା, ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ରେ ବିଶୁଦ୍ଧ ପାନିୟ ଜଳ ଯୋଗାଣ ଆଦି ଜନ ସମସ୍ୟା ଏବଂ ଜନଦାବୀ ପୂରଣ ଦିଗରେ କମ୍ପାନୀ ଆଦୌ ଗୁରୁତ୍ୱ ଦେଉନାହିଁ ବୋଲି ମଞ୍ଚ ଅଭିଯୋଗ କରି ଜିଲ୍ଲାପାଳ ଏଥିରେ ହସ୍ତେକ୍ଷେପ କରି ଉପରୋକ୍ତ ଜନସମସ୍ୟାର ଆଶୁ ପ୍ରତିକାର ତଥା ସମାଧାନ ପାଇଁ ତୁରନ୍ତ ଆର୍.ପି.ଡି.ଏ.ସି ବୈଠକ ଡକାଯାଉ ବୋଲି ଦାବୀ କରିଛନ୍ତି । ଜିଲ୍ଲାପାଳ ଙ୍କ ସାକ୍ଷାତ କରିଥିବା ପ୍ରତିନିଧି ଦଳରେ ସୁରକ୍ଷାମଞ୍ଚର ପଦ୍ମଲୋଚନ ଧର, ପ୍ରକାଶ ଦାଶ, ଚନ୍ଦ୍ରମଣୀ ବସରା,ଆତଙ୍କନାଶନ ମହାକୁଡ,ରାଜେଶ ନାଥ,କିରଣ ସେଠ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories