www.samajalive.in
Saturday, December 6, 2025
16.1 C
Bhubaneswar

ମା ବଢେଇଶୁଣି କ୍ରିକେଟ ପ୍ରତିଯୋଗିତା ଉଦଯାପିତ

ପାଟଣା :  ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର ଠାରେ ମା ବଢ଼େଇଶୁଣି କ୍ରିକେଟ କ୍ଳବ ଦ୍ୱାରା ଆୟୋଜିତ କ୍ରିକେଟ ପ୍ରତିଯୋଗିତା ରବିବାର ଦିନ ଉଦଯାପିତ ହୋଇଯାଇଛି। ଏହି ପ୍ରତିଯୋଗିତା ରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୨ ଟି ଦଳ ଅଂଶ ଗ୍ରହଣ କରି ଥିଲେ। ଉଦଯାପନି ଖେଳରେ ରୟାଲ ଏକାଦଶ ଧରଣୀଧର ମହାବିଦ୍ୟାଳୟ ସହିତ ମା ବଢେଇଶୁଣି କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରୟାଲ ଏକାଦଶ ମା ବଢେଇଶୁଣି କ୍ରିକେଟ କ୍ଳବକୁ ହରାଇ ଚମ୍ପିଆନ ହୋଇଛି। ଚମ୍ପିଆନ ଦଳକୁ ପ୍ରଥମ ପୁରସ୍କାର ଭାବେ ଟ୍ରଫି ସହିତ ନଗଦ ୨୫୦୦୦ ଟଙ୍କା ଓ ରନର୍ସଅପ ଦଳକୁ ଟ୍ରଫି ସହିତ ୧୮୦୦୦ ଟଙ୍କା ପ୍ରଦାନ କରା ଯାଇଥିଲା। ଉଦଯାପନି ମ୍ୟାଚରେ ସୁନାମ ଧନ୍ୟ ଅମ୍ପାୟାର ବିଶ୍ୱମ୍ବର ମହାକୁଡ଼ ଓ ସୌମ୍ୟରଂଜନ ରଣା ଖେଳକୁ ସୁପରି ଚାଳନା କରି ଥିଲେ।ପୁରସ୍କାର ବିତରାଣୀ ଉତ୍ସବରେ ଅତିଥୀ ଭାବେ ବିଶିଷ୍ଟ ସମାଜ ସେବୀ ତଥା ପାଟଣା ବିକାଶ ମଞ୍ଚ ଆବାହକ ଅଜୟ କୁମାର ଦାଶ,ସମାଜସେବୀ ତଥା ପାଟଣା ସୁରକ୍ଷା ମଞ୍ଚ ଆବାହକ ବିଜୟ ରତ୍ନ ପତି, ବରିଷ୍ଠ ଅଧିବକ୍ତା ରାସବିହାରି ପୃଷ୍ଟି ଯୋଗଦାନ କରି ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ମା ବଢ଼େଇଶୁଣି କ୍ରିକେଟ କ୍ଲବର ସଦସ୍ୟ ସୁଜିତ କୁମାର ଦାଶ,ଅର୍ଜୁନ କୁମାର ମହାନ୍ତ,ବ୍ରଜବନ୍ଧୁ ସେଠି, ଲିପୁନ କୁମାର ମହାନ୍ତ,ଶୁକ୍ରା ମହାନ୍ତ, ମୁନୁ ମହାନ୍ତ,ସୁମନ ଶେଖର ମହାନ୍ତ,ସଞ୍ଜୟ ମହାନ୍ତ,ରଞ୍ଜନ ମହାନ୍ତ,ତପନ କୁମାର ମହାନ୍ତ,ବାବୁଲି ମହାନ୍ତ,ଶିରପାଣି ନାଏକ,ସନ୍ଦୀପ ମହାନ୍ତ,ପ୍ରମୁଖ ଉପସ୍ଥିତ ରହି କ୍ରିକେଟ ପ୍ରତିଯୋଗିତା କୁ ପରିଚାଳନା ଓ ସଂଯୋଜନା କରିଥିଲେ।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories