www.samajalive.in
Saturday, December 6, 2025
26.1 C
Bhubaneswar

ରେଙ୍ଗାଲି ବ୍ଳକ୍ ରେ ମରୁଡିର ପଦଧ୍ୱନି ; ଖାଲି ପଡିଛି ଭେଡେନ ନଦୀ , ଫାଟି ଆଁ କଲାଣି ଚାଷ ଜମି

ରେଙ୍ଗାଲି : ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଳକ୍ ଅଞ୍ଚଳରେ ଅନିୟମିତ ବର୍ଷା ତଥା ଅନାବୃଷ୍ଟି ଯୋଗୁଁ ଚଳିତ ଖରିଫ ଋତୁ ରେ ମରୁଡି ଆଶାଙ୍କା ରେ ଚାଷୀ ମାନେ ଆତଙ୍କିତ ହୋଇ ପଡିଛନ୍ତି । ସାଧାରଣତଃ ଶ୍ରାବଣ ମାସରେ ଅବିଶ୍ରାନ୍ତ ଭାବରେ ବର୍ଷା ହୋଇ ଗାଁ ଦାଣ୍ଡ କାଦୁଅ ଏବଂ ପାଣି ରେ ପରିପୂର୍ଣ ହେବା ସହିତ ନଈ ନାଳ ,ବନ୍ଧ,କଟା, ପୁଷ୍କରୀଣି ପୂର୍ଣଗର୍ଭା ହୋଇଥାଏ । କିନ୍ତୁ ଚଳିତ ବର୍ଷ ଏହାର ଠିକ୍ ବିପରିତ ଦେଖାଦେଉଛି । ଗାଁ ଦାଣ୍ଡ ରେ ଧୂଳି ଉଡୁଛି । ଶ୍ରାବଣ ରେ ଅବିଶ୍ରାନ୍ତ ଝଁକେର ବର୍ଷା ବଦଳ ରେ ବୈଶାଖ ଭଲି ତାଳୁ ଫଟା ଟାଣ ଖରା ରେ ଲୋକେ ଝାଳନାଳ ହୋଇ ବିନା ପଙ୍ଖା,କୁଲର୍ ରେ ରହିବା ମୁସ୍କିଲ୍ ହୋଇ ପଡୁଛି । ବର୍ଷା ହେଉ ନଥିବାରୁ ଚାଷ ଜମି ପାଟି ଆଁ କଲାଣି । ବ୍ଳକ୍ ସୀମାନ୍ତ ରେ ପ୍ରବାହିତ ଅଞ୍ଚଳ ର ଜୀବନରେଖା କୁହାଯାଉଥିବା ଭେଡେନ ନଦୀ ଖାଲି ପଡିଛି ।

ଏକ କ୍ଷୀଣ ଜଳଧାର ନଦୀ ଏକ କୋଣ ରେ ପ୍ରବାହିତ ହେଉଛି । ଦିନ ଥିଲା ଶ୍ରବଣ ମାସ ରେ ଏହି ନଦୀ ପୂର୍ଣଗର୍ଭା ହେଉଥିବାରୁ ଲୋକେ ଡଙ୍ଗାରେ ଲୋକେ ଡଙ୍ଗା ରେ ନଦୀ ପାରିହୋଇ ଅପର ପାଶ୍ୱର୍ କୁ ଯାଉଥିଲେ । କିନ୍ତୁ ଏବେ ପରିସ୍ଥିତି ସମ୍ପୂର୍ଣ ଓଲଟା । ବର୍ଷା ଅଭାବ ଫଳ ରେ ନଦୀ ଶୁଖିଲା ପଡିଛି । ବନ୍ଧ,କଟା,ପୋଖରୀ ଗୁଡିକ ର ଅବସ୍ଥା ମଧ୍ୟ ତଦୃପ । ଏପର୍ଯ୍ୟନ୍ତ ଏସବୁ ପାରମ୍ପାରିକ ଜଳ ଉତ୍ସ ପୂର୍ଣ ଗର୍ଭା ହୋଇ ପାରିନାହିଁ । ଗୋଟିଏ ପଟେ ବିଳମ୍ବିତ ଓ ଅନିୟମିତ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବିଳମ୍ବିତ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହ ବିତିବାକୁ ବସିଲାଣି ପଛକେ ରୂଆ ବେଉଷଣ ସରି ନଥିବା ବେଳେ ବର୍ଷା ର ଘୋର ଅଭାବ ଚାଷୀ ମାନଙ୍କ ପାଇଁ ଦାଉ ସାଧୁଛି । ଏହି ପରିସ୍ଥିତି ଚାଷୀଙ୍କ ପାଇଁ ବେଡି ଉପରେ କୋରଡା ସଦୃଶ କଷ୍ଟ ଦାୟକ ହେଉଛି । ଶ୍ରାବଣ ମାସ ରେ ନଈ,ନାଳ ଆଦି ପ୍ରାକୃତିକ ଜଳ ଉତ୍ସ ଖାଲି ରହିବା ଏବଂ ବନ୍ଧ,କଟା,ପୋଖରୀ ଆଦି ପାରମ୍ପାରିକ ଜଳ ଉତ୍ସ ମଧ୍ୟ ଖାଳି ପଡି ପୂର୍ଣ ଗର୍ଭା ନହେବା ଉକ୍ରଟ ମରୁଡି ର ପଦଧ୍ୱନି ବୋଲି ଅଭିଜ୍ଞ ପୁରୁଖା ଚାଷୀ ମାନେ ମତବ୍ୟକ୍ତ କରୁଛନ୍ତି । ବର୍ଷାର ଅଭାବ ସମୟରେ ଏସବୁ ପ୍ରାକୃତିକ ଏବଂ ପାରମ୍ପାରିକ ଜଳ ଉତ୍ସ ଗୁଡିକ ଚାଷ ଜମିର ଆର୍ଦ୍ରତା ରକ୍ଷା କରି ଫସଲ କୁ ମରୁଡି ଦାଉ ରୁ ରକ୍ଷା କରିବାରେ ସହାୟକ ହୋଇଥାନ୍ତି । ରେଙ୍ଗାଲି ବ୍ଳକ୍ ର ତବଡାବାହାଲ ଏବଂ ପଣ୍ଡରିପାଲି ଗ୍ରାମ କୁ ଛାଡି ଦେଲେ ୧୬ ଟି ଯାକ ଗ୍ରାମପଞ୍ଚାୟତ ଅଣ ଜଳ ସେଚିତ ଅଞ୍ଚଳ ଅଟେ । ଚାଷୀ ମାନେ ଇନ୍ଦ୍ର ଦେବତା ଙ୍କ କୃପା ରେ ଚାଷ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories