www.samajalive.in
Sunday, December 7, 2025
23.1 C
Bhubaneswar

ସ୍କୁଟିକୁ ଧକ୍କା ଦେବା ପରେ ଜଳିଗଲା କଣ୍ଟେନର ; ଜଣେ ମୃତ

ଜଳେଶ୍ୱର : ବାଲେଶ୍ୱର ଜିଲା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥ ଜମାଲପୁର ନିକଟରେ ସଡ଼କ ଦୁର୍ଘଟଣା ଘଟିଥିବା ନେଇ ଶନିବାର ଖବର ମିଳିଛି। ଏକ ସ୍କୁଟିକୁ ଏକ କୁରକୁରେ ଭର୍ତି କଣ୍ଟେନର ଧକ୍କା ଦେବା ପରେ କଣ୍ଟେନରଟି ଜଳିଯାଇଛି। ଏହାସହ ସ୍କୁଟି ଚାଲକ ଲକ୍ଷ୍ମୀଧର ପାତ୍ରଙ୍କର ମୃତ୍ୟୁ ହୋଇଛି। ତାଙ୍କ ଘର ପଶ୍ଚିମବଙ୍ଗର ସୋନାକଣିଆ ଅଂଚଳରେ ହୋଇଥିଲା ବେଳେ ସେ ଜଳେଶ୍ୱର ନୂଆବଜାରରେ ଭଡାରେ ରହୁଥିଲେ।  ଅନ୍ୟ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। କଣ୍ଟେନର ଚାଳକ ଓ ହେଲପରକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକେ, ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିଲେ।
ଜାତୀୟ ରାଜପଥରେ ବାଲେଶ୍ୱର ଅଭିମୁଖେ କଣ୍ଟେନର ଯାଉଥିଲା ବେଳେ ସ୍କୁଟି ସହ ଧକ୍କା ହେବାରୁ କଣ୍ଟେନରରେ ନିଆଁ ଲାଗିଯାଇଥିଲା। ସ୍କୁଟିକୁ କଣ୍ଟେନର ଘୋଷାଡ଼ି ନେଇ ଯାଇଥିବାରୁ ଅଗ୍ନି କାଣ୍ଡ ଘଟିଥିବା କୁହାଯାଇଛି। କଣ୍ଟେନରରେ ଥିବା କୁରକୁରେ ପୋଡି ପାଉଁଶ ହୋଇଛି। ଜଳେଶ୍ୱର ପୁଲିସ ଏଥିନେଇ ଏକ ମାମଲା ରୁଜୁ କରିଛି।

 

- Advertisement -

 

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories