www.samajalive.in
Friday, December 12, 2025
14.1 C
Bhubaneswar

ଆଜି ପହଞ୍ଚିବ ଓମିସିୟୋର ପରୀକ୍ଷା କିଟ୍‌

ଭୁବନେଶ୍ବର: ଆଜି ଓଡ଼ିଶା ପହଞ୍ଚିବ ଓମିସିୟୋର କିଟ୍। ଏହି କିଟ୍ ଦ୍ୱାରା ଶୀଘ୍ର ଓମିକ୍ରନ ପ୍ରଜାତି ଚିହ୍ନଟ ହୋଇପାରିବ। ରାଜ୍ୟରେ ଜିନୋମ ସିକ୍ୱେନ୍ସିଂ ଅଧିକ ସଂଖ୍ୟକ ହୋଇପାରୁ ନଥିବାରୁ ଓମିସିୟୋର କିଟ୍ ନୂଆ ପ୍ରଜାତି ଚିହ୍ନଟ କରିବାରେ ବିଶେଷ ଭାବରେ ସହାୟକ ହେବ। ଓମିସିୟୋର ଭାରତରେ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ତିଆରି କରିଥିବା ପ୍ରଥମ ସ୍ବଦେଶୀ ପରୀକ୍ଷା କିଟ୍। ଓଡିଶା ପ୍ରଥମ ରାଜ୍ୟଭାବେ ୫ ଲକ୍ଷ କିଟ୍ ଆଣିବା ପାଇଁ ବରାଦ ଦେଇଛି।

ତୃତୀୟ ଲହରରେ ଡେଲଟା ଭୂତାଣୁୁକୁ ଓମିକ୍ରନ ପଛରେ ପକାଇଥିବା ନେଇ ବିଶେଷଜ୍ଞମାନେ କହୁଥିବା ବେଳେ ଓମିସିୟୋର ଟେଷ୍ଟ କିଟ୍ ଏହାକୁ ସ୍ପଷ୍ଟ କରିବ ବୋଲି ଆଶା କରାଯାଉଛି। ଜୀବନ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍‌) ପକ୍ଷରୁ କୁହାଯାଇଛି ଯେ, ଯେତିକି ସଂଖ୍ୟାରେ ନମୁନାର ଜିନୋମ ସିକ୍ୱେନ୍ସିଂ କରାଯାଉଛି ସେଥିମଧ୍ୟରୁ ବହୁ ସଂଖ୍ୟାର ଓମିକ୍ରନ ପ୍ରଜାତି ଚିହ୍ନଟ ହେଉଛନ୍ତି। ତେବେ ଏପର୍ଯ୍ୟନ୍ତ ଓଡିଶାରେ ମାତ୍ର ୨୦୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ୧୦ରୁ ୧୧ ହଜାର ରହୁଥିବାବେଳେ ସେତୁଳନାରେ ରାଜ୍ୟରେ ଜିନୋମ ସିକ୍ୱେନ୍ସିଂର ପରିମାଣ ବହୁତ କମ୍ ରହିଛି। ତେଣୁ ଓମିସିୟୋର ଆସିବା ପରେ ଏହି ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories