www.samajalive.in
Saturday, December 6, 2025
14.1 C
Bhubaneswar

ଭାରତରେ ଚିହ୍ନଟ ହେଲା ଓମିକ୍ରନର ନୂଆ ଉପ ପ୍ରକରଣ – ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ : ଭାରତରେ କରୋନାର ନୂଆ ପ୍ରକରଣ। ଭାରତ ତଥା ଅନ୍ୟ ଦେଶରେ କରୋନା ଓମିକ୍ରନର ପ୍ରକରଣର ନୂଆ ଉପ ପ୍ରକରଣ ଠାବ ହୋଇଛି। ଏହି ପ୍ରକରଣର ନାମ ବିଏ ୨.୭୫। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସୂଚନା ମିଳିଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକଙ୍କ କହିବାନୁଯାୟୀ ଭାରତ ଓ ସଙ୍ଗଠନର ଅନ୍ୟ ସଦସ୍ୟ ଦେଶରେ କରୋନାର ନୂତନ ପ୍ରକରଣ ଚିହ୍ନଟ ହୋଇଥିବା ନେଇ ଜଣାପଡିଛି।
ଗତ ୨ ସପ୍ତାହ ମଧ୍ୟରେ ଦୁନିଆରେ କରୋନାର ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦ ପ୍ରତିଶତ ବୃଦ୍ଧି ହୋଇଛି। ୟୁରୋପ ଓ ଆମେରିକାରେ ଓମିକ୍ରନର ବିଏ.୪ ଓ ବିଏ.୫ କାରଣରୁ କରୋନାର ତରଙ୍ଗ ଜାରି ରହିଛି। ଏହା ମଧ୍ୟରେ ଭାରତରେ ବିଏ.୨.୭୫ ନାମକ ନୂଆ ଉପ ପ୍ରକରଣ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ଏହା ଉପରେ ନଜର ରଖାଯାଇଛି।
ବିଏ.୨.୭୫ ଉପ ପ୍ରକଣର ବିଷୟରେ ଜଣାପଡିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ବୈଜ୍ଞାନିକ ଟ୍ୱିଟରେ ଏକ ଭିଡିଓ ପୋଷ୍ଟ କରି ନୂଆ ଉପ ପ୍ରକରଣ ଚିହ୍ନଟ ହେବା ନେଇ କହିଛନ୍ତି। ଏହା ସର୍ବପ୍ରଥମେ ଭାରତ ଓ ଅନ୍ୟ ୧୦ଟି ଦେଶରୁ ଚିହ୍ନଟ ନେଇ ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଉପ ପ୍ରକରଣର ବିଶ୍ଳେଷଣ ପାଇଁ ଗବେଷଣା ଆରମ୍ଭ ହୋଇଛି। ଏଯାଏଁ ଏହି ପ୍ରକରଣ ନେଇ ଅଧିକ କିଛି ସୂଚନା ମିଳି ନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories