www.samajalive.in
Friday, December 5, 2025
20.1 C
Bhubaneswar

ଖଜୁରୀ ଖାଇଲେ ମିଳେ ଆଶ୍ଚର୍ଯ୍ୟଜନକ ଲାଭ

ଖଜୁରୀ ଏପରି ଏକ ଫଳ ଯାହାକୁ ଭାରତରେ ଅଧିକାଂଶ ସ୍ଥାନରେ ଡ୍ରାଏ ଫ୍ରୁଟ୍ସ ଭଳି ଖିଆଯାଇଥାଏ। ଏହାକୁ ଲଡୁ ଭାବେ ପ୍ରସ୍ତୁତ କରି ମଧ୍ୟ ଖିଆଯାଏ। ସାମାନ୍ୟ ଦେଖାଯାଉଥିବା ଏହି ଫଳ ପୋଷକ ତତ୍ତ୍ୱର ଖଣି। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସଭିଁଙ୍କ ପାଇଁ ଖଜୁରୀ ବେଶ ଲାଭଦାୟକ। ବିଶେଷ କରି ଗର୍ଭବତୀ ମହିଳା ମାନେ ଖଜୁରୀ ଖାଇବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ। ଜାଣନ୍ତୁ ଖଜୁାରୀର ଚମତ୍କାରୀ ଲାଭ…
ଖଜୁରୀ ମିନେରାଲ୍ସ ଓ ଭିଟାମିନରେ ଭରପୁର। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ମାତ୍ରା ଅଧିକ ପରିମାଣରେ ରହିଛି। ଆଣ୍ଟି-ଅକ୍ସିଡାଣ୍ଟର ଉପକାରୀ ଗୁଣ ଅନୁଯାୟୀ ,ଏହା କୋଷକୁ ନଷ୍ଟ ହେବାରେ ରୋକି ଥାଏ। ଫଳରେ ମାରାତ୍ମକ ରୋଗ ଶରୀର ଠାରୁ ଦୂରେଇ ରହିଥାଏ। ଖଜୁରୀରେ କ୍ୟାଲୋରୀ ଅଧିକ ମାତ୍ରାରେ ରହିଥାଏ। ଏହା ଆପଣଙ୍କୁ ଶକ୍ତି ଯୋଗାଇଥାଏ। ଏହାସହ ଏଥିରେ ଫାଇବର ମଧ୍ୟ ରହିଛି। ଏହା ଆୟୁ ବୃଦ୍ଧି କରିଥାଏ ବୋଲି କୁହାଯାଏ।
ଖଜୁରୀରେ କର୍କଟ ଓ ହୃଦୟ ଜନିତ ରୋଗ ପାଇଁ ଆବଶ୍ୟକ ଥିବା ଆଣ୍ଟି-ଅକ୍ସିଡାଣ୍ଟ ରହିଥାଏ। ଏହାର ସେବନ ଦ୍ୱାରା ମଧୁମେହ,କର୍କଟ ଭଳି ରୋଗ ହେବାର ସମ୍ଭାବନା ଖୁବ କମ ଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଚକ୍ଷୁ ଓ ହୃଦୟ ପାଇଁ ଖୁବ ଉପକାରୀ।
ଖଜୁରୀରେ ଭିଟାମିନ ବି ୧, ବି୨, ବି୩, ବି୫, ବି ଏ୧ ଭଳି ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି। କିଛି ମହିଳାଙ୍କ ଉପରେ ହୋଇଥିବା ଗବେଷଣା ଅନୁଯାୟୀ, ଗର୍ଭବତୀ ମହିଳା ମାନେ ଖଜୁରୀ ଖାଇବା ଦ୍ୱାରା ମାଆ ଓ ଗର୍ଭସ୍ଥ ଶିଶୁ ସୁସ୍ଥ ରହିଥାଆନ୍ତି। ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ ହୋଇଥାଏ।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories