www.samajalive.in
Sunday, December 14, 2025
19.1 C
Bhubaneswar

ଭାରତରେ ‘ଓମିକ୍ରନ୍‌’

ନୂଆଦିଲ୍ଲୀ : ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନାର ନୂଆ ପ୍ରଜାତି ଭୂତାଣୁ ଓମିକ୍ରନ (ବି.୧.୧.୨୯୫) ଭାରତରେ ପହଞ୍ଚିଛି। କର୍ଣ୍ଣାଟକରେ ଦୁଇ ଜଣଙ୍କ ଠାରେ ଏହି ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ସଂକ୍ରମିତ ଦୁଇ ବ୍ୟକ୍ତିଙ୍କ ଜିନୋମ ସିେକ୍ବନ୍ସ ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇଛି। ଭାରତରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ଗୁରୁବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଦୁଇ ସଂକ୍ରମିତଙ୍କ ମଧ୍ୟରୁ ଜଣେ ୬୬ବର୍ଷୀୟ ଦକ୍ଷିଣ ଆଫ୍ରିକାର ନାଗରିକ। ଏହି ନାଗରିକ ଜଣଙ୍କ ବ୍ୟବସାୟ ଉଦ୍ଦେଶ୍ୟରେ ନଭେମ୍ବର ୨୦ରେ ବେଙ୍ଗାଲୁରୁ ଆସିଥିଲେ। ଭାୟା ଦୁବାଇ ଦେଇ ସେ ଭାରତ ଆସିଥିଲେ। ଭାରତ ଆସିବାବେଳେ ସେ ନେଗେଟିଭ୍ ରିପୋର୍ଟ ସହ ଆସିଥିଲେ। ତେବେ ହୋଟେଲ ରହଣି ସମୟରେ ତାଙ୍କ ନମୁନା ପରୀକ୍ଷା କରାଯାଇଥିଲା ଓ ଏହା ପଜିଟିଭ ରହିଥିଲା। ତାଙ୍କ ନମୁନାକୁ ଜିନୋମ ସିେକ୍ବନ୍ସ ପରୀକ୍ଷା ପାଇଁ
ପଠାଯାଇଥିବାବେଳେ ଏହା ପଜିଟିଭ ଆସିଛି। ନଭେମ୍ବର ୨୭ରେ ଏହି ଦକ୍ଷିଣ ଆଫ୍ରିକୀୟ ଜଣଙ୍କ ସ୍ବଦେଶ ଫେରିଯାଇଛନ୍ତି। ସେ ସମ୍ପୂର୍ଣ୍ଣ ଦୁଇପାନ ଟିକା ନେଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା ୨୪୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ସମସ୍ତେ ନେଗେଟିଭ ଆସିଛନ୍ତି। ଅନ୍ୟ ସଂକ୍ରମିତ ଜଣଙ୍କ ହେଲେ ୟୁପିଏଚସିର ୪୫ବର୍ଷୀୟ ଡାକ୍ତର। ତାଙ୍କର ଯାତ୍ରା ଗସ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଜଣାଯାଇ ନାହିଁ। ତେବେ ଦକ୍ଷିଣ ଆଫ୍ରିକୀୟ ଜଣଙ୍କ
ରହିଥିବା ହୋଟେଲକୁ ସେ ଯାଇଥିଲେ। ନଭେମ୍ବର ୨୨ରେ ତାଙ୍କ ନମୁନାର ଜିନୋମ ସିେକ୍ବନ୍ସ ପରୀକ୍ଷା ପାଇଁ ପଠାଯାଇଥିଲା। ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତେ ଏବେ ସଙ୍ଗରୋଧରେ ଅଛନ୍ତି। ତେବେ ସଂକ୍ରମିତଙ୍କ ଠାରେ ସାମନ୍ୟ ଲକ୍ଷଣ ଦେଖାଯାଇଛି।
ଭାରତ ସମେତ ବିଶ୍ବର ୨୯ଟି ଦେଶକୁ ଓମିକ୍ରନ ପ୍ରଜାତି ଭୂତାଣୁ ବ୍ୟାପିଗଲାଣି। ଏହି ୨୯ଟି ଦେଶରେ ମୋଟ ୩୭୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଆଇସିଏମ୍‌ଆର ମହାନିର୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ କର୍ଣ୍ଣାଟକରେ ଦୁଇ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଆତଙ୍କିତ ହେବାର ନାହିଁ। ଏଥିପାଇଁ ଆମକୁ ସଚେତନ ରହିବାକୁ ପଡିବ। କରୋନାର ସମସ୍ତ ମାର୍ଗଦର୍ଶିକାକୁ କଡାକଡି ପାଳନ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ଆଟ୍-ରିକ୍ସ’ ଘୋଷିତ ରାଷ୍ଟ୍ରଗୁଡିକରୁ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଯଦି କେହି ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ତାଙ୍କର ଜିନୋମ ସିେକ୍ବନ୍ସ ପରୀକ୍ଷା କରାଯିବ। ଏହା ସହିତ ଟିକା ନ ନେଇଥିବା ଲୋକଙ୍କୁ ଟିକା ନେବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ଶିଶୁମାନେ ଟିକା ପାଇ ନଥିବାରୁ ଏହି ଭୁତାଣୁ ଦ୍ବାରା ସଂକ୍ରମିତ ହେବାର ଆଶଙ୍କା ଅଧିକା ରହିଛି। ଓମିକ୍ରନ ଭୂତାଣୁକୁ ଚିହ୍ନଟ ପାଇଁ ଦେଶର ୩୭ଟି ପରୀକ୍ଷାଗାରରେ ଜିନୋମ ସିେକ୍ବନ୍ସ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଛି। ଭାରତରେ ଓମିକ୍ରନ ପ୍ରଜାତି ଭୂତାଣୁ ଚିହ୍ନଟ ହେବା ଦକ୍ଷିଣ-ପୂର୍ବ ଏସିଆ ଅଞ୍ଚଳ ପାଇଁ ପ୍ରଥମ ଘଟଣା ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛନ୍ତି। ହୁ’ ଦକ୍ଷିଣ ପୂର୍ବ-ଏସିଆ ଆଞ୍ଚଳିକ ନିର୍ଦେଶକ ଡାକ୍ତର ପୁନମ୍ କ୍ଷେତ୍ରପାଳ ସିଂହ କହିଛନ୍ତି ଯେ ଓମିକ୍ରନ ପ୍ରଜାତିକୁ ଯେତେ ଶୀଘ୍ର ଚିହ୍ନଟ କରିବା ଉପରେ ଗୁରୁତ୍ବ ଦିଆଯାଉଛି। ଏହି ପ୍ରଜାତିର ଭୂତାଣୁକୁ ଅତି ବିପଜ୍ଜନକ ବର୍ଗରେ ରଖାଯାଇଛି। କର୍ଣ୍ଣାଟକରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ଠାବ କରିବାକୁ ଜୋରଦାର ଉଦ୍ୟମ ଜାରି ରହିଛି। ଏହି ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ପଜିଟିଭ ବାହାରିଛନ୍ତି। ଏହି ସଂକ୍ରମିତଙ୍କ ନମୁନାକୁ ଜିନୋମ ସିେକ୍ବନ୍ସ ପରୀକ୍ଷା ପାଇଁ ପଠାଯାଇଛି। କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି ଗତ କିଛି ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ୯୫ଜଣ ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଓମିକ୍ରନ ପ୍ରଜାତି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ର ଓ ନୂଆଦିଲ୍ଲୀରେ ଆଜି ୭ଜଣ ବିଦେଶୀ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ସଂକ୍ରମିତଙ୍କ ନମୁନା ଜିନୋମ ସିେକ୍ବନ୍ସ ପରୀକ୍ଷା ଲାଗି ପଠାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ୬ଟି ଆଫ୍ରିକୀୟ ରାଷ୍ଟ୍ରରୁ ଆସୁଥିବା ନାଗରିକଙ୍କ ପାଇଁ ‘ଅଲଟ୍ରା ରିସ୍କ’ ବର୍ଗୀକରଣ କରାଯାଇଛି। ସେମାନଙ୍କ ଯାଞ୍ଚ, ନମୁନା ପରୀକ୍ଷା, ଚିହ୍ନଟ, ସଂଗରୋଧ ଓ ଚିକିତ୍ସାକୁ କଡ଼ାକଡ଼ି କରିବାକୁ ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories