www.samajalive.in
Monday, December 15, 2025
26.1 C
Bhubaneswar

ରିଲିଜ୍‌ ହେଲା ‘ଓଏମ୍‌ଜି-୨’ ଟ୍ରେଲର; ଭକ୍ତଙ୍କ ସାହାଯ୍ୟ ପାଇଁ ଧରାବତରଣ କଲେ ଡମ୍ବରୁଧାରୀ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ‘ଓଃ ମାଇଁ ଗଡ୍‌’ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ଏବେ ଏହି ଫିଲ୍ମର ସିକ୍ଵେଲ ‘ଓଃ ମାଇଁ ଗଡ୍‌-୨’ ଆସିବାକୁ ଯାଉଛି। ମୁକ୍ତିଲାଭ ପୂର୍ବରୁ ହିଁ ଏହି ଫିଲ୍ମ ଚର୍ଚ୍ଚାରେ ରହିଛି। ଫିଲ୍ମରେ ସେନ୍ସର ବୋର୍ଡ ଦ୍ବାରା କିଛି ଦୃଶ୍ୟ ହଟାଯିବାଠୁ ଆରମ୍ଭ କରି ଏହାର ରିଲିଜ୍ ତାରିଖ ପରିବର୍ତ୍ତନ ପର୍ଯ୍ୟନ୍ତ ସମସ୍ତ ଖବରକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଇତି ମଧ୍ୟରେ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇଛି, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରୁଥିବା ଦେଖିବାକୁ ମିଳିଛି। ଏଥିସହ ଟ୍ରେଲରକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଟ୍ରେଲର ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ‘‘ସ୍ବାଗତ ପାଇଁ ପ୍ରସ୍ତୁତି ଆରମ୍ଭ କର। ଅଗଷ୍ଟ ୧୧ରେ ଆସୁଛନ୍ତି ଡମ୍ବରୁଧାରୀ। ଟ୍ରେଲର ରିଲିଜ୍‌ ହୋଇଯାଇଛି।’’


ଫିଲ୍ମରେ ଅକ୍ଷୟ କୁମାରଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ୟାମି ଗୌତମ ଓ ଅରୁଣ ଗୋଭିଲ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଅମିତ ରାୟଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ୧୧ ଅଗଷ୍ଟରେ ପରଦାକୁ ଆସିବ, ଯାହା ପ୍ରେକ୍ଷାଳୟରେ ସନି ଦେଓଲଙ୍କ ‘ଗଦର ୨’କୁ ଟକ୍କର ଦେବ।

- Advertisement -

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories