www.samajalive.in
Thursday, August 14, 2025
26.3 C
Bhubaneswar

ଆସିଲା ‘ଓଏମ୍‌ଜି ୨’ ଟିଜର୍‌: ଭୋଳାବାବା ଅକ୍ଷୟଙ୍କ ପୂଜାରେ ମଗ୍ନ ଭକ୍ତ ପଙ୍କଜ ତ୍ରିପାଠୀ

ମୁମ୍ବାଇ: ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀ ଓ ପରେଶ ରାୱଲ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଓଏମ୍‌ଜି ୨’ର ଟିଜର୍‌ ମଙ୍ଗଳବାର ରିଲିଜ୍‌ ହୋଇଛି। ଟିଜର୍‌ ଲୋକଙ୍କୁ ବେଶ୍‌ ପସନ୍ଦ ଆସିଛି। ଦର୍ଶକ ଏଥିରେ ସକରାତ୍ମକ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଆସ୍ତିକ ଓ ନାସ୍ତିକ, ଭଗବାନ ଓ ବିଶ୍ବାସ ଉପ​‌ରେ ଚର୍ଚ୍ଚା କରାଯାଇଛି। ସମସ୍ତ କଳାକାରଙ୍କ ଲୁକ୍‌ ଖୁବ୍‌ ପ୍ରଭାବଶାଳୀ ରହିଛି ଏବଂ ସମ୍ପୂର୍ଣ୍ଣ ଟିଜରରେ ‘ହର ହର ମହାଦେବ’ ଓ ‘ଜୟ ମହାକାଳ’ ଧ୍ବନି ଶୁଣିବାକୁ ମିଳିଛି।

ଟିଜର ଆରମ୍ଭରେ ଏକ ସ୍ବର ଶୁଣାଯାଉଛି, “ଭଗବାନ ଅଛନ୍ତି କି ନାହାନ୍ତି ଏହାର ପ୍ରମାଣ ମଣିଷ ଆସ୍ତିକ କିମ୍ବା ନାସ୍ତିକ ହୋଇ ଦେଇପାରିବ। କିନ୍ତୁ ଭଗବାନ ନିଜେ ସୃଷ୍ଟି କରିଥିବା ମନୁଷ୍ୟଙ୍କ ମଧ୍ୟରେ କଦାପି ଭେଦ ଭାବ କରନ୍ତି ନାହିଁ। ସେ ନାସ୍ତିକ କାଞ୍ଜିଲାଲ ମେହେଟ୍ଟା ହୁଅନ୍ତୁ ଅବା ଆସ୍ତିକ କାନ୍ତିଶରଣ। ଦୁଃଖରେ ଡାକିଲେ ସର୍ବଦା ସେ ତାଙ୍କ ସନ୍ତାନ ପାଖକୁ ଟାଣି ହୋଇଆସନ୍ତି”।

- Advertisement -

ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଅକ୍ଷୟ କୁମାରଙ୍କ ଏଣ୍ଟ୍ରି ହେଉଛି। ସେହିପରି ମନ୍ଦିରରେ ପରେଶ ରାୱଲଙ୍କୁ ଦେଖିବାକୁ ମିଳିଛି। ଅପରପକ୍ଷେ, ପଙ୍କଜ ତ୍ରିପାଠୀ ମହାକାଳଙ୍କ ପୂଜାରେ ମଗ୍ନ ଥିବା ନଜର ଆସିଛନ୍ତି। ଫିଲ୍ମରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟିଜରରେ ସେ ପ୍ରଭୁ ଶିବଙ୍କ ପୂଜା ଆରାଧନାରେ ମଗ୍ନ ଥିବା ପଙ୍କଜ ତ୍ରିପାଠୀଙ୍କୁ ସାକ୍ଷାତ ଦର୍ଶନ ଦେଉଥିବା ଦେଖିବାକୁ ମିଳିଛି। ଅଭିନେତ୍ରୀ ୟାମି ଗୌତମ ମଧ୍ୟ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ‘ଓଏମ୍‌ଜି ୨’ର ଟିଜର ଦେଖିବା ପରେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ଦୁଇ ଗୁଣିତ ହୋଇଛି। ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବ ‘ଓଏମ୍‌ଜି ୨’।

Hot this week

ଜଣେ ଅନନ୍ୟ ଦେଶ ଭକ୍ତ ଅଭିଷେକ, ପିଠିରେ ୬୩୬ ବୀର ସହିଦଙ୍କ ନାଁରେ ଟାଟୁ, ଇଣ୍ଡିଆ ବୁକ୍ ରେ ରେକର୍ଡ

ଉତ୍ତରପ୍ରଦେଶ: ଦେଶ ପାଳୁଛି ସ୍ବାଧୀନତା ଦିବସ । ସ୍ବାଧୀନ ଭାରତର ଇତିହାସରେ...

ଜଣେ ଅନନ୍ୟ ଦେଶ ଭକ୍ତ ଅଭିଷେକ, ପିଠିରେ ୬୩୬ ବୀର ସହିଦଙ୍କ ନାଁରେ ଟାଟୁ, ଇଣ୍ଡିଆ ବୁକ୍ ରେ ରେକର୍ଡ

ଉତ୍ତରପ୍ରଦେଶ: ଦେଶ ପାଳୁଛି ସ୍ବାଧୀନତା ଦିବସ । ସ୍ବାଧୀନ ଭାରତର ଇତିହାସରେ...

‘ଅପରେସନ ସିନ୍ଦୂର’ ର ସଫଳତା ପାଇଁ ମିଳିବ ସମ୍ମାନ; ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ନୂଆଦିଲ୍ଲୀ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ। ପାଇଲଟଙ୍କ ସମେତ...

ରାୟଗଡା ଏବଂ କଳାହାଣ୍ଡିରେ ମୌସୁମୀ ଋତୁରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିଛି ବେଦାନ୍ତ ଆଲୁମିନିୟମ

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶାର...

Related Articles

Popular Categories