www.samajalive.in
Saturday, December 6, 2025
15.1 C
Bhubaneswar

୧୯୩୩ ମସିହାର ଆଜିର ଦିନର ଖବର- ସେତେବେଳେ ଏମିତି ହୋଇଥିଲା …

ସମୁଦ୍ର ମାଡ଼ିଆସିଲା
ସହର ଭିତରେ ୬ ଫୁଟ୍ ପାଣି
ଦକ୍ଷିଣରୁ ସରକାରୀ ଖବର ମିଳିଛି ଯେ କୁଦାଲୋର ଠାରୁ ଯେତେ ଯୁଆଡ଼େ ଟେଲିଗ୍ରାଫ୍, ଟେଲିଫୋନ୍‌ ତାର ସବୁ ଥିଲା, ସେସବୁ ଝଡ଼ ଯୋଗୁଁ କଟିଯାଇଛି। କୁଦାଲୋର ମ୍ୟୁନିସିପାଲିଟି ଇଲାକା ଭିତରେ ପାଣି ପଶିଯାଇଛି। ତୋଫାନ୍ ଯୋଗୁଁ ସମୁଦ୍ର ଢେଉ ୬ ଫୁଟ୍ ଉଚ୍ଚରେ ମାଡ଼ି ଆସି ସହରର କେତେକ ଅଂଶ ବୁଡ଼େଇ ଦେଇଛି। ଚିଦାମ୍ବରମ୍ ସହରର ମଧ୍ୟ ବହୁତ କ୍ଷତି ହୋଇଥିବାର ଖବର ମିଳିଛି।
ଭୋଜିଖିଆ କାଳ ହେଲା
ଚିଦାମ୍ବରମ୍, ୨୦।୧୨।୩୩: ୧୮ଜଣ ଲୋକ ଗୋଟିଏ ଯାତ୍ରା ଦେଖିବାକୁ ଯାଇଥିଲେ। ସେ ସେଠାରେ ଭୋଜି କରି ଆସୁ ଆସୁ ବାଟରେ ଏଡ଼େ ଜୋର୍ ତୋଫାନ୍‌ ହେଲା ଯେ ସେମାନେ ଆସି ଠିକଣାରେ ପହଞ୍ଚିବାବେଳକୁ ତାଙ୍କ ଭିତରୁ ୧୩ଜଣ ନଥିବା ଦେଖାଗଲା। ପରେ ଜଣାଗଲା ଯେ, ଗୋଟି ଗୋଟି ହୋଇ ୧୩ଜଣ ଭିନ୍ନ ଭିନ୍ନ ଜାଗାରେ ପଡ଼ି ମରିଯାଇଛନ୍ତି।
କଟକ ଷ୍ଟେସନ୍‌ରେ ଦୁର୍ଘଟଣା
ଜଣେ ମଟର ଦଲାଲ ରେଳରେ କଟିଗଲା
କଟକ,ତା୨୧।୧୨।୩୩: ଆଜି ଭୋରବେଳେ ପୁରୀ ଏକ୍ସପ୍ରେସ୍ ଆସି କଟକ ଷ୍ଟେସନ୍‌ରେ ଲାଗିଲାବେଳକୁ ଜଣେ ମଟରଦଲାଲ କଟକ ବକ୍ସିବଜାର ବେପାରୀ ସାହିର ସେଖ୍ ମାସୁମ୍‌ ଚଳନ୍ତା ଗାଡ଼ିରେ ହାତ ପକାଇ ମଟର ପାଇଁ ପାସେଞ୍ଜର ଧରିବାକୁ ଦୌଡ଼ି ଯାଇଥିଲା। ଯାଉଯାଉ ରେଳବାଡ଼ାକୁ ଧରିନପାରି ଶୀତବେଳରେ ଗୋଡ଼ ଖସିଯାଇ ଲୋକଟା ତଳେ ପଡ଼ିଗଲା। ଗୋଡ଼ରୁ ଅଣ୍ଟା ଯାଏଁ ଲାଇନ୍ ଭିତରେ ରହିଗଲା ଏବଂ ମୁଣ୍ଡ ପାଖଟା ପ୍ଲାଟଫର୍ମ ଉପରେ ରହିଗଲା। ସାଙ୍ଗେ ସାଙ୍ଗେ ପ୍ରାଣ ଉଡ଼ିଗଲା। ଲାସ୍ ଷ୍ଟେସନ୍‌ରେ ଇନ୍‌କ୍ବାରୀ ହେବ ବୋଲି ପଡ଼ିରହିଛି। ବହୁତ ଲୋକ ଧାଇଁଛନ୍ତି।
ଭାଲୁ ଉପଦ୍ରବ (ନିଜ ପ୍ରତିନିଧିଙ୍କଠାରୁ)
ବ୍ରହ୍ମପୁର, ତା୨୦।୧୨।୩୩: ବ୍ରହ୍ମପୁର ନିକଟସ୍ଥ ଜଗଦଳପୁର ଗ୍ରାମରେ ଗୋଟିଏ ଭାଲୁ ପ୍ରାୟ ୧୦।୧୫ଜଣଙ୍କୁ ଭୟଙ୍କର ଭାବରେ ଆଘାତ କରିଛି। ସେଥିଭିତରୁ ୨।୩ଜଣ ମରିଯାଇଥିବା ପ୍ରକାଶ। ଶେଷରେ ଜ​‌ଣେ ଯୁବକ ଭାଲୁକୁ ମାରିଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories