www.samajalive.in
Sunday, December 14, 2025
26.1 C
Bhubaneswar

ପୁରୁଣା ସଂସଦ ଭବନର ଭାଗ୍ୟ କ’ଣ ହେବ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ ପରେ ବହୁ ଐତିହାସିକ ଘଟଣା ପ୍ରବାହର ପ୍ରତୀକ ବର୍ତ୍ତମାନର ସଂସଦ ଭବନର ଭାଗ୍ୟ କ’ଣ ହେବ? ନୂଆ ପାଇଲେ ପୁରୁଣାକୁ ସମସ୍ତେ ଭୁଲିଯାନ୍ତି। ସ୍ବାଧୀନ ଭାରତର ପ୍ରଥମ ସଂସଦ ଭବନ କ୍ଷେତ୍ର​‌େ​‌ର ଏହା ହେବନାହିଁ ତ? ଏ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୨୧ରେ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂସଦରେ କହିଥିଲେ ଯେ ଏହି ଭବନ ପୁରୁଣା ହୋଇଗଲାଣି। ମରାମତି ସହ ଏହାକୁ ଅନ୍ୟ ଭାବେ ବ୍ୟବହାର କରାଯିବ; କିନ୍ତୁ ଏ ସମ୍ପର୍କରେ ଅଦ୍ୟାବଧି କିଛି ଚିନ୍ତା କରାଯାଇନଥିବା ଜଣାପଡ଼ିଛି। କେତେକ ଏହାକୁ ଭାଙ୍ଗି ଦିଆଯିବ ବୋଲି କହୁଥିଲାବେଳେ ସରକାର ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଭବନକୁ ଐତିହାସିକ ଓ ପ୍ରତ୍ନତାତ୍ତ୍ବିକ ସମ୍ପତ୍ତି ଭାବେ ସଂରକ୍ଷିତ ରଖାଯିବ ଓ ସଂଗ୍ରହାଳୟ ଭାବେ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି। ଏଠାରେ ଥିବା ସାମଗ୍ରୀକୁ ଜାତୀୟ ସଂଗ୍ରହାଳୟ, ଜାତୀୟ ଅଭିଲେଖାଗାର ଓ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରରେ ସ୍ଥାନ ଦିଆଯିବ। ପୁରୁଣା ଭବନକୁ ପୂର୍ବରୁ ‘କାଉନ୍‌ସିଲ ହାଉସ୍‌’ କୁହାଯାଉଥିଲା। ବ୍ରିଟିଶ ସ୍ଥପତି ସାର୍‌ ଏଡୱିନ୍‌ ଲିଟେନ୍ସ ଓ ହର୍ବର୍ଟ ବେକର ଏହାର ନକ୍ସା ପ୍ରସ୍ତୁତ କରିଥିଲେ। ଦୀର୍ଘ ୬ବର୍ଷ ଧରି ଏହାର ନିର୍ମାଣ ଚାଲିବା ପରେ ୧୯୨୭ରେ ଶେଷ ହୋଇଥିଲା।

୧୯୫୬ରେ ଏହି ସୁଦୃଶ୍ୟ କୋଠାରେ ଆଉ ଦୁଇଟି ମହଲା ସଂଯୁକ୍ତ ହୋଇଥିଲା। ୨୦୦୬ରେ ଏଠାରେ ଥିବା ସଂଗ୍ରହାଳୟ ‘ପାର୍ଲାମେଣ୍ଟ ମ୍ୟୁଜିୟମ’ରେ ୨୫୦୦ ବର୍ଷର ଭାରତୀୟ ଗଣତାନ୍ତ୍ରିକ ପରମ୍ପରା ଓ ଐତିହ୍ୟକୁ ସ୍ଥାନ ଦିଆଯାଇଥିଲା। ଏଥିରେ ସଦସ୍ୟଙ୍କ ଆସନ ସଂଖ୍ୟା ୫୫୨ ଥିବାବେଳେ ୨୦୨୬ ସୁଦ୍ଧା ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଜନା ରହିଛି। ସେତେବେଳକୁ ଅଧିକ ଆସନ ପାଇଁ ନୂଆ ସଂସଦ ଭବନର ଆବଶ୍ୟକତା ରହିଥିବା ସରକାର କହନ୍ତି। ଏହାଛଡ଼ା ଆଧୁନିକ ବିଧିବ୍ୟବସ୍ଥା ପାଇଁ ଅଧିକ ସ୍ଥାନର ଆବଶ୍ୟକତା ରହିଛି; ଯାହା ପୁରୁଣା ଭବନରେ ନାହିଁ। ଏହି ପରିପ୍ରେକ୍ଷୀରେ ନୂଆ ଭବନ ଅପରିହାର୍ଯ୍ୟ ହହାଇପଡ଼ିଥିବା କୁହାଯାଏ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories