www.samajalive.in
Monday, December 15, 2025
16.1 C
Bhubaneswar

ଜୀବନ ଯୁଦ୍ଧରେ ହରିନାହାନ୍ତି ଶତାୟୁ

ଖଲ୍ଲିକୋଟ: ବୟସ ୧୦୯। ଅଣ୍ଟା ନଇଁ ପଡିଲାଣି। ପୁଅମାନେ ପର କରିଦେଇଛନ୍ତି। ତଥାପି ପରବାୟ ନାହିଁ। ବୃଦ୍ଧା ପତ୍ନୀଙ୍କୁ ଧରି ଜୀବନ ସଂଗ୍ରାମରେ ହାରି ନାହାଁନ୍ତି। ସାହାଯ୍ୟ ସହଯୋଗକୁ ନଅନାଇ ନିଜ ଶ୍ରମରେ ବଞ୍ଚିଛନ୍ତି। ଏକ ସରକାରୀ ଜାଗାରେ ଜରିପାଲ ଟାଣି ବସବାସ କରିବା ସହ ସେଠାରେ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ପରିବା ଚାଷ କରି ନିଜର ପ୍ରତିପୋଷଣ କରି ଆସୁଛନ୍ତି। ଏଭଳି ଜଣେ ଶତାୟୁ ପୁରାତନ ବ୍ୟକ୍ତି ଜଣକ ହେଉଛନ୍ତି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ବୈଷ୍ଣବ ପ୍ରଧାନ।

ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ବୈଷ୍ଣବ ଜୀବନ ଯୁଦ୍ଧରେ ହାରି ନାହାନ୍ତି । ମୁଣ୍ଡ ଗୁଞ୍ଜିବା ପାଇଁ ଇଞ୍ଚେ ବି ଜମି ନାହିଁ। ଘର ତ ଦୂରର କଥା ଚାଷ ଜମି ବି ତାଙ୍କ ପାଇଁ ସାତ ସପନ। ବାଲ୍ୟ କାଳରୁ ସେ ଜଣେ କୃଷି ଶ୍ରମିକ । କୃଷି କାର୍ୟ୍ୟରେ ତାଙ୍କର ଦକ୍ଷତା ରହିଛି । ଏବେ ଖୋଜାପଲ୍ଲୀ ପଞ୍ଚାୟତ କାର୍ୟ୍ୟାଳୟ ପରିସରରରେ ଏକ ନୂଆଁଣିଆ ଜରି ପାଲ ବିଛା ଯାଇଥିବା କୁଡ଼ିଆରେ ବୈଷ୍ଣବ ଓ ଶତାୟୁ ପତ୍ନୀ ସମ୍ବାରି ଦୀର୍ଘ ୧୦ ବର୍ଷ ହେଲା ମୁଣ୍ଡ ଗୁଞ୍ଜିଛନ୍ତି। ପଞ୍ଚାୟତ ଅଫିସକୁ ଲାଗି ଏକ ସରକାରୀ ଜମି​ ବିନା ସାର ଓ କୀଟନାଶକରେ ପରିବା ଚାଷ କରି ସେଥିରୁ ଯାହାକିଛି ଆଦାୟ କରନ୍ତି ଦୁଇ ପ୍ରାଣୀ କଷ୍ଟେମଷ୍ଟେ ଚଳି ଯାଉଛନ୍ତି। ଗୋବର ଖତ ପ୍ରୟୋଗ ସହ ପ୍ରତିଦିନ ଦେଇ ଢାଳ ଢାଳ ପାଣି ଦେଇ ସରକାରୀ ଜମିରେ ସୁସ୍ୱାଦୁ କଲରା ,ବାଇଗଣ ଓ ଅଲଡି ଭଳି ଫସଲ ଆଦାୟ କରନ୍ତି।

- Advertisement -

ଜମିରୁ ଯାହା ଆଦାୟ ହୁଏ ସେହି ସବୁଜ ପରିବା ଖାଇ ପତି-ପତ୍ନୀ ନିରୋଗ ଜୀବନ ବଞ୍ଚିଛନ୍ତି। ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବାକୁ ପତ୍ନୀ କୁଢିଆ ପରିବେଶରେ ଦେଶୀ କୁକୁଡ଼ା ପାଳନ କରିଛନ୍ତି। ଉକ୍ତ ବୃଦ୍ଧ ଦମ୍ପତିଙ୍କୁ ୧୦ କିଲୋ ଚାଉଳ ଓ ୧୦୦୦ ଟଙ୍କା ଭତ୍ତା ମିଳୁଛି। ଦୀର୍ଘ ୧୦ ବର୍ଷ ଧରି ଭଙ୍ଗା କୁଡ଼ିଆରେ ପଡ଼ିରହି ଥିଲେ ମଧ୍ୟ ସରକାରୀ ଘର ଖଣ୍ଡିଏ ସେମାନ ପାଇବାରୁ ବଞ୍ଚିତ ଅଛନ୍ତି। ଖରା ,ବର୍ଷ ଓ ଶୀତକୁ ପିଠି କରି ଏହି ବୃଦ୍ଧ ଦମ୍ପତି ବୟସର ସାୟାହ୍ନରେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି। ଦମ୍ପତିଙ୍କ ଏଭଳି ଅବସ୍ଥା ଦେଖି ଖୋଜାପଲ୍ଲୀ ସରପଞ୍ଚ ସୂର୍ୟ୍ୟ ପ୍ରଧାନ ସହାୟତାର ହାତ ବଢାଇବା ସହ ଖଣ୍ଡିଏ ଘର ଡିହ ଯୋଗାଇ ଦେବାକୁ ଉଦ୍ୟମ ଚଳାଇଛନ୍ତି।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories