www.samajalive.in
Saturday, December 13, 2025
14.1 C
Bhubaneswar

ଟେଷ୍ଟ ବ୍ୟାଟିଂ ମାନ୍ୟତା: ୫ମକୁ ଖସିଲେ ବିରାଟ, ୩କୁ ଉଠିଲେ ରୁଟ୍‌

ଦୁବାଇ: ଚେନ୍ନଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ ପରେ ବିରାଟ କୋହଲିଙ୍କୁ ଆଉ ଏକ ବଡ ଧକ୍କା ଲାଗିଛି। ଆଇସିସି ଟେଷ୍ଟ ମାନ୍ୟତାରେ ବିରାଟ ୪ ବର୍ଷ ପରେ ପ୍ରଥମ ଥର ୫ମ ସ୍ଥାନକୁ ଖସି ଆସିଛନ୍ତି। ଚେନ୍ନଇ ଟେଷ୍ଟରେ ଦ୍ବିଶତକ ହାସଲ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ୨ ଟି ସ୍ଥାନ ଉପରକୁ ଉଠି ୩ୟ ସ୍ଥାନରେ ପହଞ୍ଚିଛନ୍ତି। ଭାରତୀୟ ଫାଷ୍ଟ ବୋଲର ଯଶପ୍ରୀତ ବୁମ୍‌ରା ଓ ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ ବୋଲିଂ ମାନ୍ୟତାରେ ଉପରକୁ ଉନ୍ନୀତ ହୋଇଛନ୍ତି। ଅଶ୍ବିନ ୭ତମ ଓ ବୁମ୍‌ରା ୮ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

ରୁଟ୍‌ଙ୍କ ନେତୃତ୍ବରେ ଇଂଲଣ୍ଡ ନିୟମିତ ଭାବେ ଟେଷ୍ଟ କ୍ରିକେଟରେ ଭଲ ପ୍ରଦର୍ଶନ କରି ଆସୁଛି। ରୁଟ୍‌ ଶ୍ରୀଲଙ୍କା ବିପକ୍ଷରେ ୨ଟି ଓ ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ କ୍ରମାଗତ ଭଲ ପ୍ରଦର୍ଶନ କରିବା ସହିତ ୬୮୪ ରନ କରିଛନ୍ତି। କୋହଲି ୨୦୧୭ ନଭେମ୍ବର ପରେ ପ୍ରଥମଥର ପାଇଁ ଟେଷ୍ଟ ବ୍ୟାଟିଂ ମାନ୍ୟତାର ୫ମ ସ୍ଥାନରେ ପହଞ୍ଚିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ କୋହଲି ୧୧ ଓ ୭୨ ରନ କରିବା ସହିତ ୮୫୨ ପଏଣ୍ଟ ପାଇ ତଳକୁ ଖସି ଆସିଛନ୍ତି। ୯୧୯ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍‌ ଶୀର୍ଷ ସ୍ଥାନରେ ରହିଥିବାବେଳେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ ଷ୍ଟିଭ୍‌ ସ୍ମିଥ‌ ୨ୟ ସ୍ଥାନରେ ରହିଛନ୍ତି।

- Advertisement -

ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍‌ ୮୫୦ ପଏଣ୍ଟ ସହ ୪ର୍ଥ ସ୍ଥାନକୁ ଲମ୍ପ ମାରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଇନିଂସରେ ୯୧ ରନ କରିଥିବା ଭାରତୀୟ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ ୭୦୦ ପଏଣ୍ଟ ସହ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଓପନର ଶୁବମାନ୍‌ ଗିଲ୍‌ ବ୍ୟାଟିଂରେ ଉନ୍ନତି କରିବା ସହିତ ୭ଟି ସ୍ଥାନ ଉପରକୁ ଉଠି ୫୬୨ ପଏଣ୍ଟ ସହ ୪୦ତମ ସ୍ଥାନରେ ପହଞ୍ଚିଛନ୍ତି। ଟେଷ୍ଟ ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ଫାଷ୍ଟ ବୋଲର ପାଟ୍‌ କମିନ୍‌ସ ୯୦୮ ପଏଣ୍ଟ ସହ ଶୀର୍ଷରେ ଥିବାବେଳେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ ୮୩୦ ପଏଣ୍ଟ ସହ ୨ୟ ଓ ଜେମ୍‌ସ ଆଣ୍ଡରସନ ୮୨୬ ପଏଣ୍ଟ ସହ ୩ୟ ସ୍ଥାନରେ ରହିଛନ୍ତି। ଆଣ୍ଡରସନଙ୍କ ଏହା ସର୍ବୋଚ୍ଚ ମାନ୍ୟତା।

Hot this week

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

ଶନିବାର ରାଶିଫଳ: ଈପ୍‌ସିତ ଅର୍ଥ ପ୍ରାପ୍ତିର ସୂଚନା

ମେଷ: ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ମୁକାବିଲା କରିପାରନ୍ତି।...

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

Related Articles

Popular Categories