www.samajalive.in
Friday, December 5, 2025
20.1 C
Bhubaneswar

ବୟସ ଆସି ଅପରାହ୍ନରେ;  ମିଳିପାରୁନି ଭତ୍ତା ଟଙ୍କା ଆଉ ଘର

ନବରଙ୍ଗପୁର: ବୟସ ଆସି ଅପରାହ୍ନରେ କିନ୍ତୁ ଏପର୍ଯ୍ୟନ୍ତ ମିଳି ପାରିନାହିଁ ବାର୍ଦ୍ଧକ୍ୟ ଭତ୍ତା ଏବଂ ଇନ୍ଦିରା ଆବାସ ଗୃହ। ସରକାରୀ ବାବୁଙ୍କୁ ଗୁହାରୀ କରି କରି ନୟାନ୍ତ ହୋଇ ଭାଗ୍ୟକୁ ଆଦରି ବହୁ କଷ୍ଟରେ ଚଳୁଛନ୍ତି ବୃଦ୍ଧ ଦମ୍ପତି। ଘଟଣାଟି ହେଉଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି ମାଳିଗୁଡା ଗ୍ରାମର ବିଶୋଇ ସାହିରେ ରହୁଥିବା ଏକ ବୃଦ୍ଧ ଦମ୍ପତିଙ୍କର।

ଗ୍ରାମରେ ବାସ କରୁଥିବା ଭୀଷ୍ମ ବିଶୋଇ(୬୫) ଏବଂ ସ୍ତ୍ରୀ ହେମା ବିଶୋଇ(୬୨)ଙ୍କର ୩ଟି ପୁଅ, ଗୋଟିଏ ଝିଅ ଥିବାବେଳେ ଝିଅ ବାହା ହୋଇ ଶାଶୁଘରେ ରହୁଛି। ବଡ଼ ପୁଅ ମଧ୍ୟ ବାହା ହୋଇ ଅଲଗା ରହୁଥିବା ବେଳେ ବଳକା ଜଣେ ୧୨ବର୍ଷ ଏବଂ ଅନ୍ୟଜଣେ ୮ବର୍ଷର ପୁଅ ସହ ବୃଦ୍ଧ ଦମ୍ପତି ଏକ ଭଙ୍ଗା ଝାଟିମାଟି ଘରେ ବସବାସ କରି ଏହି ବୟସରେ ବୃଦ୍ଧ ୨ଜଣ ବାହାରେ କୁଲି କାମ କରି ୨ପଇସା ରୋଜଗାର କରି ଘର ଚଳାଉ ଥିବାବେଳେ ଅନ୍ନପୂର୍ଣ୍ଣା ଯୋଜନାରେ ୩୦ କେଜି ଚାଉଳ ମିଳୁଛି। ବୟସର ଅପରାହ୍ନରେ ବୃଦ୍ଧ ଦମ୍ପତିଙ୍କ ଅଣ୍ଟା ବଙ୍କା ହେବାକୁ ବସିବା ବେଳେ ଆଜି ପର୍ୟ୍ୟନ୍ତ ସେମାନଙ୍କୁ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା। ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତ ପିଇଓ ଏବଂ ବ୍ଲକ କାର୍ୟ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଗୁହାରି କେହି ଶୁଣୁ ନ ଥିବା କହିଛନ୍ତି ଦମ୍ପତି। ଏପଟେ ସେମାନେ ରହୁଥିବା ଘରର ଛାତ ଫାଟି ଆକାଶ ଦେଖା ଯାଉଛି, ବର୍ଷା ହେଲେ ଘର ଭିତରେ ପଶୁଛି ପାଣି। ଏପରି ସ୍ଥଳେ ଛାତ ଉପରେ ଛିଣ୍ଡା ପଲିଥିନ ପକାଇ କଷ୍ଟେ ମଷ୍ଟେ ୨ପୁଅ ସହ ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଆଜି ପର୍ୟ୍ୟନ୍ତ ଘର ଖଣ୍ଡିଏ ପାଇଁ ଆବେଦନ କରି କରି ଜୀବନର ଶେଷ ସମୟ ଚାଲି ଆସିଥିବା ବେଳେ ଆଉ କେବେ ଘର ମିଳିବ ବୋଲି ପ୍ରଶ୍ନ କରିଛନ୍ତି ବୃଦ୍ଧ ଦମ୍ପତି। ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ସେମାନେ ବହୁ କଷ୍ଟରେ ଚଳୁଥିବା ଯୋଗୁଁ ପ୍ରଶାସନ ତରଫରୁ ସହାୟତା ପ୍ରଦାନ କରାଯାଉ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories