www.samajalive.in
Saturday, December 6, 2025
15.1 C
Bhubaneswar

କଷାପଲ୍ଲୀ ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିଲେ ମହିଳା, ୪୫ ଦିନ ପରେ ମିଳିଲା ତାଙ୍କ କଙ୍କାଳ

ଭଞ୍ଜନଗର: ସୋମବାର କୁଲାଡ ନିକଟସ୍ଥ କଷାପଲ୍ଲି ଜଙ୍ଗଲରୁ ଭଞ୍ଜନଗର ପୁଲିସ୍ ଏକ କଙ୍କାଳ ଉଦ୍ଧାର କରିଛି। କଙ୍କାଳଟି କୁଲାଡର ମୃତ ଊମା ବେହେରାଙ୍କ ସ୍ତ୍ରୀ ଭାଗ୍ୟ ବେ​‌େ​‌ହରା(୪୮)ଙ୍କ ବୋଲି ଜଣାପଡିଛି। ପରିବାର ଲୋକେ କଙ୍କାଳକୁ ଚିହ୍ନଟ କରିବା ପରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଉକ୍ତ ଜଙ୍ଗଲରେ ପହଞ୍ଚି କଙ୍କାଳକୁ ଉଦ୍ଧାର କରି ପରୀକ୍ଷା ନିମନ୍ତେ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଇଛି। ଏହି ମହିଳାଟିର ମୃତର କାରଣ ଜଣାପଡି ନାହିଁ। କିନ୍ତୁ ଗତ ୧୭.୦୮.୨୦୨୦ ତାରଖରେ ସେ ଜଙ୍ଗଲକୁ ଶାଳପତ୍ର ସଂଗ୍ରହ କରିବାକୁ ଯାଇ ଘରକୁ ଆଉ ଫେରି ନ ଥିଲେ। ଫଳରେ ପରିବାର ଲୋକଙ୍କ ତରଫରୁ ଏହି ସଂକ୍ରାନ୍ତରେ ପୁଲିସ୍‌ରେ ଏତଲା ଦିଆଯାଇଥିଲା।

ପୁଲିସ୍ ଏ ସଂକ୍ରାନ୍ତରେ କେସ୍ ନଂ ୩୬/୨୦ ରେ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ତେବେ ଦୀର୍ଘ ଦେଢ ମାସ ଧରି ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ଆଜି ଏହି ଜଙ୍ଗଲରୁ ନିଖୋଜ ହୋଇଥିବା ମହିଳା ଭାଗ୍ୟ ବେହେରାଙ୍କ କଙ୍କାଳ ବୋଲି ଚିହ୍ନଟ କରି ପୁଲିସ୍‌ରେ ଖବର ଦେଇଥିଲେ।
ସୂଚନା ଯୋଗ୍ୟ ଯେ କୁଲାଡର ଗରୀବ ଶ୍ରେଣୀର ମହିଳା ଭାଗ୍ୟ କୁଟୁମ୍ବ ପୋଷିବା ପାଇଁ ଦୈନିକ ଜଙ୍ଗଳକୁ ଯାଇ ଶାଳ ପତ୍ର ତୋଳି ଆଣି ବିଭିନ୍ନ ହେଟେଲ ବଜାରରେ ବିକ୍ରି କରି ନିଜ ପରିବାରକୁ ଦୁଃଖ ସୁଖେ ଚଳାଇ ଆଣୁଥିବା ବେଳେ ହଠାତ୍ ଗତ ଅଗଷ୍ଟ ମାସ ୧୭ ତାରିଖରୁ ନିଖୋଜ ହୋଇ ଯାଇଥିଲା। ସେ ଆଉ ଘରକୁ ଫେରି ନ ଥିଲା। ସେହିଦିନ ଠାରୁ ପରିବାର ଲୋକେ ଭାଗ୍ୟକୁ ଖୋଜି ନୟାନ୍ତ ହୋଇ ପଡିଥିଲେ। ତେବେ, ଆଜି କୌଣସି ସୁତ୍ରରୁ ଏଠାରେ ଏକ କଙ୍କାଳ ପଡି ରହିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ତେବେ, ଭାଗ୍ୟର ମୃତର କାରଣ ଅସ୍ପଷ୍ଟ ହୋଇ ରହିଥିବା ବେଳେ ତାକୁ ହତ୍ୟା କରାଯାଇଛି ନା କୌଣସି ହିସ୍ରଂ ଜନ୍ତୁଙ୍କ ସମ୍ମୁଖୀନ ହୋଇ ତାର ମୃତ ଘଟିଛି, ଶବ ବିବେଛଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୁଳିସ୍ ପ୍ରକାଶ କରିଛି। ପୁଲିସ୍ ଏହି ସଂକ୍ରାନ୍ତରେ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା କୁଲାଡ ଅଞ୍ଚଳରେ ଚର୍ଚ୍ଚାର ବଷୟ ପାଲଟିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories