www.samajalive.in
Saturday, December 6, 2025
26.1 C
Bhubaneswar

ଆଦର୍ଶ ଗ୍ରାମ ଯୋଜନାର ପ୍ରକଳ୍ପ କାର୍ଯ୍ୟ ବିଳମ୍ବକୁ ନେଇ ହରିପୁରବାସୀଙ୍କ ବ୍ଲକ କାର୍ଯ୍ୟାଳୟରେ ପ୍ରତିବାଦ

ବଡ଼ସାହି: ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ହେବାକୁ ଥିବା ଉନ୍ନୟନ ପ୍ରକଳ୍ପର କାର୍ଯ୍ୟଗୁଡ଼ିକ ରାଜନୈତିକ ହସ୍ତକ୍ଷେପ ପାଇଁ ବିଳମ୍ବ ହେଉଥିବାରୁ ସୋମବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତାପପୁର ପଞ୍ଚାୟତର ହରିପୁର ଗ୍ରାମର ଜନସାଧାରଣ ପ୍ରତିବାଦ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୬-୧୭ ମସିହାରୁ ୪୦ ଲକ୍ଷ ଟଙ୍କାର ଅନୁଦାନ ଏହି ଗ୍ରାମ ପାଇଁ ଦିଆଯାଇଛି। ଗ୍ରାମର ଅନୁସୂଚିତ ଜନଜାତି ଲୋକମାନେ ବସବାସ କରୁଥିବା ସ୍ଥାନରେ ଏହିି ଅନୁଦାନ ରାଶି ଖର୍ଚ୍ଚ ହେବାର ନିୟମ ରହିଛି। ତେଣୁ ନିୟମ ଅନୁସାରେ ଗ୍ରାମରେ ଗ୍ରାମସଭା ଓ ପଲ୍ଲୀସଭା କରାଯାଇ ମୋଟ ୧୧ଟି ପ୍ରକଳ୍ପକୁ କାର୍ଯ୍ୟକାରୀ ପାଇଁ ଜିଲାପାଳଙ୍କ ନିକଟକୁ ପଠାଯିବା ପରେ ଏହା ଅନୁମୋଦନ ଲାଭ କରିଥିଲା। ପ୍ରଥମେ ଏହି ଅନୁଦାନ କାର୍ଯ୍ୟକାରୀ ହେବା ପାଇଁ ଜିଲା ଅଫିସ ସ୍ତରରେ ବହୁ ବାଧାବିଗ୍ନ ଥିବାରୁ ତତ୍କାଳୀନ ସାଂସଦ ଇଂ.ରବୀନ୍ଦ୍ର କୁମାର ଜେନା, ତତ୍କାଳୀନ ବିଧାୟକ ଗଣେଶ୍ୱର ପାତ୍ର ଟଙ୍କା ରିଲିଜ ହେବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ମାତ୍ର ଟଙ୍କା ରିଲିଜ ହେବା, ଅଟକଳ ପ୍ରସ୍ତୁତ ହୋଇ ଫାଇଲ ଖୋଲିବା ଆଦି ସମସ୍ତ କାମ ସରିଥିଲେ ହେଁ ବ୍ଲକ ପ୍ରଶାସନ ପକ୍ଷରୁ ଏହି କାମ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ କୁଆଡ଼େ ଟାଳଟୁଳ ନୀତି ଗ୍ରହଣ କରାଯାଉଥିଲା। ଯାହା ଫଳରେ ଲୋକ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ରାସ୍ତା କାଦୁଅ ପାଇଁ ଧାନଗଛ ମଧ୍ୟ ପୋତି ପ୍ରତିବାଦ କରିଥିଲେ।
ତେବେ କିଛି ରାଜନୈତିକ ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ରଖି କାମରେ ବାଧା ସୃଷ୍ଟି କରୁଥିବାରୁ ଲୋକଙ୍କ ମଧ୍ୟରେ କୁହୁଳୁଥିବା ଅସନ୍ତୋଷ ସୋମବାର ଆନ୍ଦୋଳନ ରୂପ ଧାରଣ କରିଥିଲା। ସରପଞ୍ଚ ସସ୍ମିତା ନାଏକ ଓ ସମିତିସଭ୍ୟ ପାର୍ଥସାରଥୀ ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ ଗ୍ରାମର ଶତାଧିକ ଲୋକ ବଡ଼ସାହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିବା ସହିତ ଯଥାଶୀଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଦାବି କରିଥିଲେ। ଖବରପାଇ ପୂର୍ବତନ ବିଧାୟକ ଶ୍ରୀ ପାତ୍ର ଓ ଯୁବ ସଭାପତି ନିହାର ରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ପାତ୍ର ବିଡିଓ କରୁଣାକର ଧିନ୍ଦାଙ୍କୁ ଫୋନରେ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରିବା ସହିତ ସହକାରୀ ଯନ୍ତ୍ରୀ ବେଣୁଧର ଜେନାଙ୍କୁ ଡାକି ଯଥାଶୀଘ୍ର କାମ ଗୁଡିକୁ ତ୍ୱାରାନ୍ନିତ କରିବା ପାଇଁ କହିଥିଲେ। ଉପସ୍ଥିତ ଗ୍ରାମବାସୀ ମଧ୍ୟ ପୂର୍ବତନ ବିଧାୟକ ଶ୍ରୀ ପାତ୍ରଙ୍କ ସହିତ ସ୍ୱର ମିଳାଇ କାର୍ଯ୍ୟ ଗୁଡିକର ଲେ-ଆଉଟ ଦେବା ପାଇଁ ଅଡି ବସିଥିଲେ। ଫଳରେ ପୂର୍ବତନ ବିଧାୟକ ଶ୍ରୀ ପାତ୍ର, ସହକାରୀ ଯନ୍ତ୍ରୀ ବେଣୁଧର ଜେନା, ବ୍ଲକ ଅଧକ୍ଷ୍ୟା ଲକ୍ଷ୍ମୀ ସିଂ, ଉପାଧକ୍ଷ୍ୟ ଅନ୍ତର୍ଯ୍ୟାମୀ ବେହେରା ଓ ଯନ୍ତ୍ରୀ ଡାକ୍ତର ସିଂ ପ୍ରମୁଖ ହରିପୁର ଗ୍ରାମକୁ ଯାଇ ଗ୍ରାମବାସୀ ଓ ୱାର୍ଡମେମ୍ବର ମାନଙ୍କ ଉପସ୍ଥିତିରେ କାର୍ଯ୍ୟ ଗୁଡିକାର ଲେ-ଆଉଟ ଦେଇଥିଲେ। ଏହାପରେ ପରିସ୍ଥିତି ସ୍ୱଭାବିକ ହୋଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories