www.samajalive.in
Sunday, December 14, 2025
14.1 C
Bhubaneswar

ଗୁରୁ ମାର୍ଗଦର୍ଶକ, ଛାତ୍ରଛାତ୍ରୀ ପ୍ରିୟ ଶିଷ୍ୟ

ମାର୍ଶାଘାଇ: ଗୁରୁ ସବୁଦିନ ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ମାର୍ଗଦର୍ଶକ ହୋଇ ରହିଥାନ୍ତି ଓ ଛାତ୍ରଛାତ୍ରୀମାନେ ସବୁବେଳେ ଗୁରୁଙ୍କ ପାଇଁ ପ୍ରିୟ ଶିଷ୍ୟ ହୋଇ ରହନ୍ତି। ସେଥିରେ ବୟସ କି ଧନରତ୍ନ କେବେ ବାଧକ ହୋଇ ପାରେନାହିଁ। ଏମିତି ଏକ ଭାବବିହ୍ୱଳ ପରିବେଶ ପୁଣିଥରେ ଉଜ୍ଜୀବିତ କରିଥିଲା ଗୁରୁ-ଶିଷ୍ୟର ଅନନ୍ୟ ପରମ୍ପରା। ମାର୍ଶାଘାଇ ବ୍ଲକ କରିଲୋପାଟଣା ସ୍ଥିତ ଜୟରାମ ଉଚ୍ଚ ବିଦ୍ୟାଳୟର ୧୯୭୭ ବ୍ୟାଚର ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ୪୨ ବର୍ଷର ପୁରାତନ ଶିକ୍ଷାର୍ଥୀମାନେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନ ଜଣାଇଛନ୍ତି।

ଭାରତୀୟ ଅର୍ଥ ମନ୍ତ୍ରାଳୟର ସହ-ପ୍ରବନ୍ଧକ କବିତା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ପୁରାତନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଗୁରୁ-ଶିଷ୍ୟ ପରମ୍ପରାର ମହନୀୟତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories