www.samajalive.in
Saturday, December 6, 2025
15.1 C
Bhubaneswar

ପର୍ବତାରୋହୀ ଅରୁଣିମା ସିହ୍ନାଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଦୁର୍ବ୍ୟବହାର

ଗୋଟିଏ ଗୋଡ଼ରେ ବିଶ୍ଵର ସବୁଠୁ ଉଚ୍ଚ ପର୍ବତ ଏଭରେଷ୍ଟକୁ ଆରୋହଣ କରିଥିବା ଅରୁଣିମା ସିହ୍ନାଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଦୁର୍ବ୍ୟବହାର କରାଯାଇଛି। ଜଣେ ଓଲା କ୍ୟାବ୍‌ ଚାଳକ ତାଙ୍କ ସହିତ ଅଭଦ୍ର ବ୍ୟବହାର କରିଛନ୍ତି। କ୍ୟାବ୍‌ ବୁକ୍‌ କରିଥିବା ଅରୁଣିମାଙ୍କୁ ଚାଳକ ମଦ ନିଶାରେ ଅପଶବ୍ଦ କହିବା ସହିତ ଗାଡ଼ିରେ ବସାଇବାକୁ ମନା କରିଦେଇଥିଲା।

ଏହି ସମ୍ପୂର୍ଣ୍ଣ ଘଟଣାକୁ ସେଠାରେ ଉପସ୍ଥିତ ଜେଏନୟୁର ପ୍ରଫେସର ସନ୍ତୋଷ ପଣ୍ଡିତ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତନାଘନା ଆରମ୍ଭ ହୋଇଛି। ଓଲା କ୍ୟାବ୍‌ କମ୍ପାନୀ ପକ୍ଷରୁ ଅରୁଣିମାଙ୍କ ସହିତ ଯୋଗାଯୋଗ କରାଯାଇ ତାଙ୍କୁ କ୍ଷମା ପ୍ରାର୍ଥନା କରିବା ସହିତ ଅଭିଯୁକ୍ତ ଡ୍ରାଇଭରକୁ ହଟାଇ ଦିଆଯାଇଛି।

- Advertisement -

ସୂଚନା ଅନୁସାରେ, ଅରୁଣିମା ଗତ ରବିବାର ସକାଳେ ମୁମ୍ବଇରୁ ବିମାନରେ ଆସି ଲକ୍ଷ୍ନୌର ଚୌଧୁରୀ ଚରଣ ସିଂହ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ। ଏହା ପରେ ସେ ବିମାନବନ୍ଦରରୁ ବାହାରକୁ ଆସି ଘରକୁ ଯିବା ଲାଗି ଓଲା କ୍ୟାବ୍‌ ବୁକ୍‌ କରିଥିଲେ। କିଛି ସମୟରେ କ୍ୟାବ୍‌ ଆସିଥିଲା। କିନ୍ତୁ ତାହାର ଚାଳକ ନିଶାସକ୍ତ ଥିଲା। ସେ ଅରୁଣିମାଙ୍କୁ ଗାଡ଼ିରେ ବସାଇବାକୁ ମନା କରିଥିଲା। କାରଣ ପଚାରିବାରୁ ଗନ୍ତବ୍ୟସ୍ଥଳ ବିମାନବନ୍ଦର ନିକଟରେ ହୋଇଥିବାରୁ ସେ ଯିବ ନାହିଁ ବୋଲି କହିଥିଲା। ଏପରି କି ଆଉ ଗୋଟିଏ କ୍ୟାବ୍‌ ବୁକ୍‌ କରିବାକୁ ଅରୁଣିମାଙ୍କୁ କହିଥିଲା।

ଅରୁଣିମା ଆପତ୍ତି ପ୍ରକାଶ କରି ଚାଳକକୁ ବୁକିଂ କ୍ୟାନ୍‌ସଲ କରିବାକୁ କହିବାରୁ ସେ ମନା କରିଦେଇଥିଲା। ଓଲଟି ଅରୁଣିମାଙ୍କୁ ନିଜ ତରଫରୁ ବୁକିଂ କ୍ୟାନ୍‌ସଲ କରିବାକୁ କହିଥିଲା। ଅରୁଣିମା ମନା କରିବାରୁ ଚାଳକ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲା। ବିମାନବନ୍ଦର ନିକଟରେ ଲୋକଙ୍କ ଭିଡ ଜମିଯାଇଥିଲା।

ଓଲା କ୍ୟାବ୍‌ ଚାଳକର ଏପରି ଅଭଦ୍ର ବ୍ୟବହାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମ୍ପାନୀ ଅଧିକାରୀମାନେ ଅରୁଣିମାଙ୍କ ସହିତ ଯୋଗାଯୋଗ କରି କ୍ଷମା ପ୍ରାର୍ଥନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories