www.samajalive.in
Sunday, December 7, 2025
14.1 C
Bhubaneswar

ଚିନ୍ତାରେ ଚାଷୀ ; ଟାର୍ଗେଟ ସରିଯିବାରୁ ମଣ୍ଡିରେ ପଡ଼ିଛି ହଜାର ହଜାର କ୍ୱିଣ୍ଟାଲ ଧାନ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାରେ ମଣ୍ଡି ଟାର୍ଗେଟ ସରିଯିବା ଯୋଗୁଁ ହଜାର ହଜାର କ୍ୱିଣ୍ଟାଲ ଧାନ ମଣ୍ଡିରେ ପଡିରହିବା ଯୋଗୁଁ ଚିନ୍ତାରେ ଚାଷୀ ମୁଣ୍ଡରେ ହାତ ଦେଇ ଶୀତ କାକରରେ ନିଜ ଧାନ ନିକଟରେ ପଡି ରହିଥିବା ଦେଖିବାକୁ ମିଳିଛି। ଏପଟେ ମଣ୍ଡିରେ ଧାନ ଦେଇ ୧୦ଦିନ ରୁ ଉର୍ଦ୍ଧ୍ବ ହୋଇଯାଇଥିବା ବେଳେ ଜିଲ୍ଲାର ୧୩ଗୋଟି ଲ୍ୟାମ୍ପର କିଛି ଚାଷୀଙ୍କ ଏକାଉଣ୍ଟକୁ ଟଙ୍କା ଆସିନଥିବା ଅଭିଯୋଗ ହେଉଛି । ଏନେଇ ନବରଙ୍ଗପୁର ଏଆରସିଏସ ଚନ୍ଦ୍ର ସେଠିଆଙ୍କୁ ପଚାରି ବାରୁ କିଛି ଚାଷୀଙ୍କ ଧାନ ଦେବା ପରେ ସେମାନଙ୍କ ଭେଂଡର ଲିଷ୍ଟ ଓଏସବିସି ରୁ ଡିଲିଟ ହୋଇଯିବା ଯୋଗୁଁ ଟଙ୍କା ମିଳିବାରେ ବିଳମ୍ବ ହେଲା ବୋଲି କହିବା ସହ ସେମାନଙ୍କ ଭେଂଡର ଲିଷ୍ଟ ପୁଣିଥରେ ସମସ୍ତ ଲ୍ୟାମ୍ପ କୁ ମଗାଯାଇଛି ଶୀଘ୍ର ସେମାନଙ୍କ ଟଙ୍କା ମିଳିବ ବୋଲି କହିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାର ୧୩ଟି ଲ୍ୟାମ୍ପ ପାଇଁ ୧୫ ଲକ୍ଷ ୪ ହଜାର ୪୭୭ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଟାର୍ଗେଟ ଆସିଥିବା ବେଳେ ଆଜି ପର୍ଯ୍ୟନ୍ତ ୧୩ଟି ଲ୍ୟାମ୍ପ ମାଧ୍ୟମରେ ୧୪ ଲକ୍ଷ ୨୭ ହଜାର ୭୨.୬୬ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ତହିଁ ମଧ୍ୟରୁ ନନ୍ଦାହାଣ୍ଡି, ପାପଡାହାଣ୍ଡି ଏବଂ କୋଷକ୍ଷଗୁମୁଡା ଲ୍ୟାମ୍ପ ର ଟାର୍ଗେଟ ସମ୍ପୂର୍ଣ ଶେଷ ହୋଇଯାଇ ଥିବା ଯୋଗୁଁ ଏହି ଲ୍ୟାମ୍ପ ଅନ୍ତରଗତ ମଣ୍ଡିରେ ଚାଷୀ ମାନେ ଧାନଆଣି ମଣ୍ଡିରେ ପକାଇ ଜଗି ରହିଛନ୍ତି । ସେହିପରି କିଛି ଲ୍ୟାମ୍ପ ମାନଙ୍କରେ ଟାର୍ଗେଟ କମ ଥିବାବେଳେ ଅଧିକା ଧାନ ଆସି ମଣ୍ଡି ରେ ପଡି ରହିଥିବା ଦେଖିବାକୁ ମିଳିଛି । ଚନ୍ଦାହାଣ୍ଡି ଲ୍ୟାମ୍ପ ଅଧିନସ୍ଥ ମଣ୍ଡିରେ ସର୍ବାଧିକ ୨୭/୨୮ ହଜାର କ୍ୱିଣ୍ଟାଲ ଧାନ ମଣ୍ଡି ରେ ପଡ଼ିରହିଛି । ସେହିପରି ପାପଡାହାଣ୍ଡିର ବିଭିନ୍ନ ମଣ୍ଡି ରେ ପ୍ରାୟ ୧୪ହଜାର କ୍ୱିଣ୍ଟାଲ ଧାନ ପଡି ରହିଛି । କୋଡୀଙ୍ଗା ଲ୍ୟାମ୍ପ ରେ ୬ହଜାର କ୍ୱିଣ୍ଟାଲ ଧାନ ର ଟୋକେନ ପ୍ରଦାନ କରାଯାଇଥିବା ବେଳେ ଅଧିକା ଧାନ ମଣ୍ଡି ରେ ପଡ଼ିରହିଛି ।  ଆଉ କିଛି ଲ୍ୟାମ୍ପର ଟାର୍ଗେଟ ଆଉ ଦିନେ ୨ ଦିନ ମଧ୍ୟରେ ସରିଯିବାକୁ ବସିଥିବା ବେଳେ ଯେଉଁ ମାନେ ଧାନ ଦେଇନାହାନ୍ତି ସେମାନେ ଏବେ ଚିନ୍ତାରେ ଅଛନ୍ତି । ମଣ୍ଡିରେ ଧାନ ପଡିରହିଥିବା ଯୋଗୁଁ ଚାଷୀ ଧାନକୁ ଛାଡି ଘରକୁ ଯାଇ ପାରୁନାହାନ୍ତି, ଶୀତ କାକରରେ ମଣ୍ଡିରେ ପଡ଼ିରହିଥିବା ଦେଖିବାକୁ ମିଳିଛି । ଏପଟେ ନବରଙ୍ଗପୁର ସିଏସଓ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ଜିଲ୍ଲାରେ ଟାର୍ଗେଟ ସରିଯାଇଥିବା ବେଳେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ନବରଙ୍ଗପୁର ଜିଲ୍ଲାପାଇଁ ଆଉ ୬ଲକ୍ଷ କ୍ୱିଣ୍ଟାଲ ଧାନ ର ଟାର୍ଗେଟ ଦେବାପାଇଁ ଚିଠି ଲେଖିଥିବା ଯୋଗୁଁ ଅଳ୍ପ ଦିନ ମଧ୍ୟରେ ଟାର୍ଗେଟ ଆସିବାର ସମ୍ଭାବନା ଅଛି ବୋଲି ନବରଙ୍ଗପୁର ସିଏସଓ ସଂଜୀବ କୁମାର ସାହୁ ସୂଚନା ଦେଇଛନ୍ତି। ଏପଟେ କେବେ ଟାର୍ଗେଟ ଆସିବ କେବେ ଧାନ ଉଠିବ ତାହା ଦେଖିବାକୁ ବାକି ରହିଥିବା ବେଳେ ଶୀତ କାକରରେ ମଣ୍ଡରେ ନିଜ ଧାନକୁ ଆରଏମସି କର୍ମଚାରୀଙ୍କ ସହ ଦିନରାତି ଜଗି ରହିଥିବା ଦେଖିବାକୁ ମିଳିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories