www.samajalive.in
Sunday, December 14, 2025
19.1 C
Bhubaneswar

ଆଜି ଓଜେଇଇ ଫଳ

ଭୁବନେଶ୍ବର: ବିଭିନ୍ନ ବୈଷୟିକ ପାଠ୍ୟକ୍ରମ​ରେ ନାମଲେଖା ପାଇଁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଦ୍ବାରା ପରିଚାଳିତ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇ ଏବଂ ବିଭାଗୀୟ ସଚିବ ଉଷା ପାଢ଼ୀ ରାଜଭବନ ନିକଟସ୍ଥ ସରକାରୀ ଆଇଟିଆଇ ପରିସରରେ ବିଭାଗର ସମ୍ମିଳନୀ କକ୍ଷରେ ଫଳ ପୁସ୍ତିକା ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି।

ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ(www.ojee.nic.in)କୁ ଲଗଇନ କରି ପରୀକ୍ଷା ଫଳ ଜାଣିପାରିବେ। ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ​ରେ ଉପଲବ୍ଧ ପାଠ୍ୟକ୍ରମ ଇଣ୍ଟିଗ୍ରେଟେଡ ଏମ୍‌ବିଏ, ଏମ୍‌ସିଏ, ଏମ୍‌ଏସସି, ଏମ୍‌.ଟେକ, ବି.କ୍ୟାଟ, ଏମ୍‌.ଆର୍କ, ଏମ୍‌.ପ୍ଲାନ, ଲାଟେରାଲଏଣ୍ଟ୍ରି ବି.ଏସ୍‌ସି, ଏମ୍‌.ଫାର୍ମା ଆଦି ପ୍ରମୁଖ ପାଠ୍ୟକ୍ରମ ପାଇଁ ମେ ୮ରୁ ୧୫ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ପ୍ରତି ଜିଲାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ସମୁଦାୟ ୩ଟି କେନ୍ଦ୍ର କରାଯାଇଥିଲା। ମୋଟ ୩୩ଟି ସହରରେ ୪୭ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
ଚଳିତବର୍ଷ ମୋଟ ୫୫ ହଜାର ୯୭୯ ଛାତ୍ରଛାତ୍ରୀ ଓଜେଇଇ ପରୀକ୍ଷା ପାଇଁ ନାମ‌ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଲାଟେରାଲଏଣ୍ଟ୍ରି ଡିପ୍ଲୋମାରେ ସର୍ବାଧିକ ୧୭ ହଜାର ୭୬୩ ବିଦ୍ୟାର୍ଥୀ ପଞ୍ଜୀକରଣ କରିଥିବାବେଳେ ବି. ଫାର୍ମାରେ ୧୩ ହଜାର ୮୧୩, ଏମ୍‌ବିଏରେ ୯ ହଜାର ୩୦୫, ଏମ୍‌ସିଏ ଓ ଏମ୍‌ଏସ୍‌ସି କମ୍ପ୍ୟୁଟର ସାଇନ୍ସରେ ୮ ହଜାର ୮୪୧ ଏବଂ ଇଣ୍ଟ୍ରିଗ୍ରେଟେଡ଼ ଏମ୍‌ବିଏରେ ୧୩୭୨, ଏମ୍.ଫାର୍ମାରେ ୧୧୮୭ ଛାତ୍ରଛାତ୍ରୀ ରହିଛନ୍ତି। ଏହି ପ୍ରବେଶିକା ପରୀକ୍ଷା କମ୍ପ୍ୟୁଟର ବେସ୍‌ଡ଼ ଟେଷ୍ଟ(ସିବିଟି) ପଦ୍ଧତିରେ ତିନିଟି ସୋପାନରେ ଅନୁଷ୍ଠିତ ହୋଇଥିଲା।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories