www.samajalive.in
Sunday, December 7, 2025
26.1 C
Bhubaneswar

ଛଣାଛଣି ଖାଦ୍ୟ ଖାଇବା ପରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ସଭିଏଁ ଛଣାଛଣି ଖାଦ୍ୟ ଖାଇବାକୁ ବେଶ ପସନ୍ଦ କରନ୍ତି। ଏହା ଖାଇବାକୁ ସ୍ୱାଦିଷ୍ଟ ଲାଗୁ ଥିବାରୁୁ ବିଶେଷ କରି ଜଳଖିଆରେ ଓ ଥଣ୍ଡା ପାଗରେ ଅଧିକାଂଶ ଲୋକେ ଛଣାଛଣି ଖାଇଥାଅନ୍ତି। ଏହା ଓଜନ ବୃଦ୍ଧି କରିଥାଏ। ଅନେକ ସମୟରେ ଆବଶ୍ୟକତା ଠାରୁ ଅଧିକ ଛଣାଛଣି ଖାଇବା ଦ୍ୱାରା ହୃଦୟ ଜନିତ ରୋଗ, କୋଲେଷ୍ଟେରୋଲ୍‍, ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏହା ଜାଣି ରଖନ୍ତୁ ଛଣାଛଣି ଖାଦ୍ୟ ଖାଇବା ପରେ କେଉଁ କାର୍ଯ୍ୟ କରିବା ଉଚିତ ଓ ଅନୁଚିତ ..
ଛଣାଛଣି ଖାଦ୍ୟ ଖାଇବାର କିଛି ସମୟ ପରେ ହାଲକା ଉଷୁମ ପାଣି ପିଇବା ଦ୍ୱାରା ଏହା ସହଜରେ ହଜମ ହୋଇଯାଏ। ଗ୍ୟାଷ୍ଟ୍ରିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇ ନଥାଏ।
ଛଣାଛଣି ଖାଦ୍ୟ ଖାଇବାର କିଛି ସମୟ ପରେ ହାଲକା ଉଷୁମ ପାଣିରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ପିଅନ୍ତୁ। ଏହା ଦ୍ୱାରା ଶରୀରରେ କୌଣସି ବିଷାକ୍ତ ପଦାର୍ଥ ଜମା ହେବାକୁ ଦେଇନଥାଏ। ମେଦ ବୃଦ୍ଧି ହେବାକୁ ଦେଇନଥାଏ। ଅଦରକାରୀ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ।
ଛଣାଛଣି ଖାଦ୍ୟ ଖାଇବା ପରେ କିଛି ସମୟ ଚାଲନ୍ତୁ। ଏହା ଦ୍ୱାରା ଖାଦ୍ୟ ସଠିକ ଭାବେ ହଜମ ହେବା ସହ ପେଟ ହାଲକା ଅନୁଭବ ହୋଇଥାଏ।
ଫଳ ଓ ପନିପରିବାର ସେବନ କରିବା ଦ୍ୱାରା ଶରୀରକୁ ଭିଟାମିନ,ଫାଇବର ଓ ଆବଶ୍ୟକୀୟ ଖଣିଜ ଭରପୁର ମାତ୍ରାରେ ମିଳିଥାଏ। ଅଧିକ ଛଣାଛଣି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟର ସମ୍ଭାବନା ଅଧିକ ଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସକାଳର ଜଳଖିଆରେ କିଛି ପରିମାଣରେ ଡ୍ରାଏ ଫ୍ରୁଟ୍ସ ଓ ଫଳ ନିଶ୍ଚୟ ଖାଆନ୍ତୁ। ଖରାବେଳର ଖାଦ୍ୟରେ ସାଲାଡ ଓ ସବୁଜ ପନିପରିବା ନିଶ୍ଚୟ ଖାଆନ୍ତୁ।
ଛଣାଛଣି ଖାଦ୍ୟ ଖାଇବା ପରେ କିଛି ଏପରି କାର୍ଯ୍ୟ ରହିଛି ଯାହା କରିବା ଉଚିତ ନୁହେଁ। ଏଭଳି ଖାଦ୍ୟ ଖାଇବା ପରେ ଥଣ୍ଡା ଜିନିଷ ଆଦୌ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ। ଖାଦ୍ୟ ସହଜରେ ହଜମ ହୋଇନଥାଏ।
ରାତିରେ ଆଦୌ ଛଣାଛଣି ଜିନିଷ ଖାଆନ୍ତୁ ନାହିଁ। ଖାଇବାର ୩ ଘଣ୍ଟା ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ। ଏହାସହ ରାତିରେ ଖାଦ୍ୟ ଖାଇବା ପରେ ଶୋଇବା ମଧ୍ୟରେ ୩ ଘଣ୍ଟା ବ୍ୟବଧାନ ରଖନ୍ତୁ। ଏପରି କରିବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories