www.samajalive.in
Saturday, December 6, 2025
15.1 C
Bhubaneswar

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର; ଆଉ ୨ ସପ୍ତାହ ଯାଏ ଚାଲିପାରେ ମୂଲ୍ୟବୃଦ୍ଧି ପ୍ରକ୍ରିୟା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଇ ଚାଲିଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ମଙ୍ଗଳବାର ପୁଣି ଥରେ ତୈଳଦର ବୃଦ୍ଧି କରିଛନ୍ତି। ପେଟ୍ରୋଲ ମୂଲ୍ୟ ୪୭ ପଇସା ଏବଂ ଡିଜେଲ ମୂଲ୍ୟ ୫୭ ପଇସା ବୃଦ୍ଧି କରାଯାଇଛି। ଗତ ୧୦ ଦିନ ହେଲା ତୈଳଦର ବୃଦ୍ଧି ଜାରି ରହିଛି। ମଙ୍ଗଳବାର ଦରବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୭୬ ଟଙ୍କା ୭୩ ପଇସାରେ ପହଞ୍ଚିଥିବାବେଳେ ଡିଜେଲ ୭୫ ଟଙ୍କା ୧୯ ପଇସା ହୋଇଛି।

ସୂଚନା ଅନୁସାରେ, ଚଳିତମାସ ପ୍ରାରମ୍ଭରୁ ପେଟ୍ରୋଲ-ଡିଜେଲ ଦର ବଢ଼ିବାରେ ଲାଗିଛି। ଫଳରେ ଗ୍ରାହକମାନଙ୍କ ଉପରେ ସିଧାସଳଖ ବୋଝ ପଡ଼ିଛି। ତେବେ ଆହୁରି ୨ ସପ୍ତାହ ପର୍ଯ୍ୟନ୍ତ ଗ୍ରାହକଙ୍କୁ ନିସ୍ତାର ମିଳିବ ନାହିଁ। ସରକାର ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକର କହିବା ଅନୁସାରେ, ପେଟ୍ରୋଲର କ୍ରୟ ଓ ବିକ୍ରୟ ମୂଲ୍ୟ ବ୍ୟବଧାନ ଲିଟର ପିଛା ୮ଟଙ୍କା ନ ହେବା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି ପ୍ରକ୍ରିୟା ଜାରି ରହିବ। ଜୁଲ ଶେଷ ହେବା ବେଳକୁ ଦେଶର ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ୮୦ ଟଙ୍କା ଅତିକ୍ରମ କରିପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories