www.samajalive.in
Monday, December 15, 2025
16.1 C
Bhubaneswar

ତୈଳ ବିକ୍ରେତାଙ୍କ ଜାତିଗତ ପ୍ରମାଣ ମାଗୁଛି କେନ୍ଦ୍ର

ବେଙ୍ଗାଲୁରୁ: ଦେଶର ବିଭିନ୍ନ ପେଟ୍ରୋଲ୍‍ ପମ୍ପ ମାଲିକ ଓ ସେଠାରେ କାର୍ଯ୍ୟରତ ପ୍ରାୟ ୧୦ ଲକ୍ଷ କର୍ମଚାରୀଙ୍କ ଜାତିଗତ, ସମ୍ପ୍ରଦାୟର ତଥ୍ୟ ମାଗିଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ତୈଳ ବିକ୍ରେତାମାନେ ତୀବ୍ର ପ୍ର୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଜୁନ୍‍ ୫ ଓ ୬ ତାରିଖରେ ଦେଶର ତିିନି ତୈଳ ବିତରଣକାରୀ କମ୍ପାନୀ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍‍, ଇଣ୍ଡିଆନ୍‍ ଅଏଲ୍‍ କର୍ପୋରେସନ୍‍ ଓ ଭାରତ ପେଟ୍ରୋଲିୟମ୍‍ କର୍ପୋରେସନ୍‍ ପକ୍ଷରୁ ଏ ସଂକ୍ରାନ୍ତରେ ସେମାନଙ୍କ ଡିଲରଙ୍କୁ ଚିଠି ଲେଖି ତଥ୍ୟ ମଗାଯାଇଥିଲା। ଏହାର ପ୍ରତିବାଦରେ ଭାରତୀୟ ପେଟ୍ରୋଲିୟମ୍‍ ବିକ୍ରେତା ସଂଘ, ପଞ୍ଜାବ ପେଟ୍ରୋଲିୟମ୍‍ ବିକ୍ରେତା ସଂଘ ସମେତ ଦେଶର ଅନ୍ୟାନ୍ୟ ସଂଘ ପକ୍ଷରୁ ଜୁନ୍‍ ୧୧ ତାରିଖରେ ଦିଆଯାଇଥିବା ପ୍ରତ୍ୟୁତ୍ତରରେ କୁହାଯାଇଛି ଯେ ବ୍ୟକ୍ତିଗତ ଗୋପନୀୟତା ଆଇନ୍‍ ଉଲ୍ଲଂଘନ କରୁଥିବାରୁ ଜାତିଗତ ଓ ସାମ୍ପ୍ରଦାୟିକତା ସମ୍ବନ୍ଧୀୟ ତଥ୍ୟ ଦିଆଯିବ ନାହିଁ। ତଥ୍ୟ ଦେଇନଥିବାରୁ ହରିଆନାର କେତେକ ପେଟ୍ରୋଲ୍‍ ପମ୍ପକୁ ଭାରତୀୟ ପେଟ୍ରୋଲିୟମ୍‍ ପକ୍ଷରୁ ତୈଳ ଯୋଗାଣ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ତେବେ ଦକ୍ଷତା ବିକାଶ ପାଇଁ କର୍ମଚାରୀଙ୍କଠାରୁ ତଥ୍ୟ ମଗାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories