www.samajalive.in
Sunday, December 14, 2025
16.1 C
Bhubaneswar

ଅଧିକାରୀ ଓ କର୍ମଚାରୀ ବିକାଶମୁଖୀ ଯୋଜନାର ସଫଳ ରୂପାୟନ କରନ୍ତୁ-ରାଜ୍ୟପାଳ

କେନ୍ଦୁଝରଗଡ଼ : ବିକଶିତ ଭାରତ ଆମର ସଂକଳ୍ପ, ଜନକଲ୍ୟାଣ ପାଇଁ ଅଭିପ୍ରାୟିତ ବିଭିନ୍ନ ବିକାଶମୁଖି କାର୍ଯ୍ୟକ୍ରମର ସଫଳ ରୂପାୟନ ସହିତ ଜନଜାତିମାନଙ୍କର ଆସ୍ଥାଭାଜନ ହେବାକୁ ସରକାରୀ ଅଧିକାରୀ ଓ କର୍ମଚାରୀ ନିଷ୍ଠା ଓ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟ କରିବାକୁ ରାଜ୍ୟପାଳ ରଘୁବର ଦାସ କହିଛନ୍ତି । ବୁଧବାରରେ ରାଜ୍ୟପାଳ ଶ୍ରୀ ଦାସ କେନ୍ଦୁଝର ଜିଲା ଗସ୍ତରେ ଆସି ବିକଶିତ ଭାରତ ସଙ୍କଳ୍ପ ଯାତ୍ରାର ଶୁଭାରମ୍ଭ ଅବସରରେ କେନ୍ଦୁଝର ଅଡିଟୋରିଅମ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଉଦବୋଧନ ଦେଇ ଏହା କହିଛନ୍ତି ।

ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ବିକଶିତ ଭାରତ ସଙ୍କଳ୍ପ ଯାତ୍ରା ବାସ୍ତବରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ସାମୂହିକ ବିକାଶ ସାଧନ ଲାଗି କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଭିତରେ ବହୁଳ ଜନସଚେତନତା ସୃଷ୍ଟି କରି ହିତାଧିକାରୀଙ୍କ ଠାରୁ ସେମାନଙ୍କ ମତାମତ ସଂଗ୍ରହ କରିବା ଏବଂ ସମସ୍ତ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ଏହି ସଙ୍କଳ୍ପ ଯାତ୍ରାର ଲକ୍ଷ୍ୟ ଅଟେ । ଓଡ଼ିଶାରେ ୬୨ପ୍ରକାର ଜନଜାତି ସମ୍ପ୍ରଦାୟର ଲୋକ ବାସ କରନ୍ତି ତନ୍ମଧ୍ୟରୁ ଅନ୍ୟୁନ ୧୩ଟି ଆଦିମ ଜନଜାତି ସମ୍ପ୍ରଦାୟ ଅଟନ୍ତି । ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିବା କେନ୍ଦୁଝର ଏକ ଆଦିବାସୀ ବହୁଳ ଜିଲା ଅଟେ । ଏହି ମାଟି ବୀରମାନଙ୍କ ମାଟି । ଧରଣୀଧର ନାଏକ ତଥା ଅନ୍ୟ ବୀରପୁତ୍ରଙ୍କ ସ୍ୱାଧୀନତା ସଂଗ୍ରାମରେ ଥିବା ଅବଦାନ ଅତୁଳନୀୟ ବୋଲି ରାଜ୍ୟପାଳ ଏହି ଅବସରରେ ପ୍ରକାଶ କରିଛନ୍ତି ।

- Advertisement -

କେନ୍ଦୁଝର ପରି ପବିତ୍ର ଓ ବୀର ମାଟିକୁ ଆସିଥିବାରୁ ନିଜକୁ ଗର୍ବିତ ବୋଲି ସେ କହିଛନ୍ତି । ଜିଲାପାଳ ଆଶିଷ ଠାକରେ ରାଜ୍ୟପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସମାରୋହରେ ପାଟଣା ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ଜଗନ୍ନାଥ ନାଏକ, କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଜିଲାପରିଷଦ ଅଧ୍ୟକ୍ଷା ସାଗରିକା ସାହୁ, କେନ୍ଦୁଝର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ସୁଶ୍ରୀ ଲକ୍ଷ୍ମୀ ନାଏକ, ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅତିରିକ୍ତ ଶାସନ ସଚିବ ରଞ୍ଜନା ଚୋପ୍ରା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories