ବିର୍ସା ମୁଣ୍ଡାଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ପାଳିତ

କଲ୍ୟାଣସିଂହପୁର – ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ରେ କନ୍ଧକୁଳ ସମାଜ ପକ୍ଷରୁ ବିର୍ସା ମୁଣ୍ଡା ଙ୍କ ୧୪୮ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଛି । ଏଥିରେ ବରିଷ୍ଠ ସମାଜ ସେବୀ ବିନୋଦ ପେଦେଣ୍ଟି , ବୈଦ୍ୟନାଥ କାଡ୍ରାକା ପ୍ରମୁଖଙ୍କ ସହ କଲ୍ୟାଣସିଂହପୁର ବ୍ଲକ ର ସମସ୍ତେ କନ୍ଧକୁଳ ସମାଜ ର କର୍ମକର୍ତ୍ତା କନ୍ଧକୁଳ ସମାଜର ବିଶିଷ୍ଟ ବ୍ୟକ୍ତି ମାନେ ଉପସ୍ଥିତ ରହି ବିର୍ସା ମୁଣ୍ଡା ଙ୍କ ସାହସିକ ତା ଓ କାର୍ଯ୍ୟ କର୍ମ ଲୋକ ସାଂଗଠନିକ ଉପରେ ନିଜ ନିଜ ର ମତାମତ ପ୍ରକାଶ କରିଥିଲେ।

କନ୍ଧକୁଳ ସମାଜ ତରଫରୁ ଶ୍ରୀରାମ ନଗର କନ୍ଧକୁଳ ପଡ଼ିଆ ଠାରେ ବିର୍ସା ମୁଣ୍ଡାଙ୍କ ( ) ପ୍ରତିମୂର୍ତ୍ତି ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ କନ୍ଧ ସମାଜ ର ସମାଜ ସେବକ ମାନେ ନିଜସ୍ଵ ଅର୍ଥ ଦାନ କରି କନ୍ଧକୁଳ ସମାଜ କୁ ଦୃଢ଼ ମଜଭୁତ କରିବା ପାଇଁ ମତ ଦେଇଛନ୍ତି।

Comments are closed.