www.samajalive.in
Friday, December 12, 2025
15.1 C
Bhubaneswar

ହୁତୁ ହୁତୁ ହୋଇ ଜଳିଲା ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ

ଇଟାୱା: ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ୍‌ ଏକ୍ସପ୍ରେସରେ ବୁଧବାର ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଇଟାୱା ନିକଟରେ ଟ୍ରେନ ନମ୍ବର ୦୨୫୭୦ର ଜେନେରାଲ ବଗିରେ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗି ଦୁଇଟି ବଗି ହୁତୁହୁତୁ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ଟ୍ରେନ୍‌ଟି ସରାଇଭୁପତ ଷ୍ଟେସନ ନିକଟରେ ଅଟକିଥିବା ବେଳେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଘଟଣାରେ ବର୍ତ୍ତମାନସୁଦ୍ଧା ୬ଜଣ ଲୋକ ଆହତ ହୋଇଥିବା ଏବଂ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନଟି ସରାଇ ଭୁପତ ଷ୍ଟେସନ ଦେଇ ଯାଉଥିବା ବେଳେ ଷ୍ଟେସନ ମାଷ୍ଟର ସ୍ଲିପର କୋଚରେ ଧୂଆଁ ଦେଖିବାକୁ ପାଇଥିଲେ। ଏହାପରେ ଷ୍ଟେସନ ମାଷ୍ଟର ଧୂଆଁ ବିଷୟରେ ଲୋକେ ପାଇଲଟ୍‌ ଓ ଗାର୍ଡଙ୍କୁ ସୂଚନା ଦେଇ ଟ୍ରେନ୍ ଅଟକାଇଥିଲେ। ତୁରନ୍ତ ନିଆଁ ଲାଗିଥିବା ବଗିକୁ ଅଲଗା କରାଯାଇ ଯାତ୍ରୀମାନଙ୍କୁ ବାହାର କରିଦିଆ ଯାଇଥିଲା। ଟ୍ରେନରେ ନିଆଁ ଲାଗିବା ମାତ୍ରେ ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ପଡ଼ିଥିଲେ। ବିହାରରେ ବର୍ତ୍ତମାନ ଛଟ୍ ପର୍ବ ଚାଲିଥିବାରୁ ଟ୍ରେନରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ। ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories