www.samajalive.in
Sunday, December 14, 2025
23.1 C
Bhubaneswar

ଦୁଷ୍କର୍ମକାରୀକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

କେନ୍ଦୁଝରଗଡ଼ : କେନ୍ଦୁଝର ଫାଷ୍ଟ ଟ୍ରାକ୍‍ କୋର୍ଟ ଏକ ଦୁଷ୍କର୍ମ ମାମଲାର ଚୂଡାନ୍ତ ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିଛନ୍ତି । ସଦର ଥାନା ପର୍ଜନପୁର ପଞ୍ଚାୟତ ଅମୃତପଡା ଗ୍ରାମର ଗିଡୁ ଓରଫ ସରୋଜ ମାଝୀ (୩୨) ପର୍ଜନପୁର ଗ୍ରାମର ଜଣେ ୧୭ବର୍ଷର ନାବାଳିକାକୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ସ୍ଥାପନ ସହ ଅନ୍ତଃସତ୍ତ୍ୱା କରିବା ପରେ ଗର୍ଭ ନଷ୍ଟ ଉଦ୍ୟମରେ ବିଫଳ ହୋଇ ଫେରାର ହୋଇଯାଇଥିଲା । ଘଟଣା ସମ୍ପର୍କରେ ପୀଡିତା ୨୪ ଫେବୃୟାରୀ ୨୦୧୫ରେ ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇ ଅଭିଯୁକ୍ତ ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହି ମାମଲାରେ ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି କେନ୍ଦୁଝର ଫାଷ୍ଟ ଟ୍ରାକ୍‍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତ ସରୋଜକୁ ଦୋଷୀ ସାବ୍ୟସ୍ତ କରି ୧୦ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି । ଏଥିସହ ପୀଡିତାଙ୍କୁ କ୍ଷତିପୂରଣ ବାବଦ ୭ଲକ୍ଷ ଟଙ୍କା ପ୍ରଦାନ ନିମନ୍ତେ ଜିଲା ଆଇନସେବା ପ୍ରାଧିକରଣକୁ ସୁପାରିଶ କରିଛନ୍ତି ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories