www.samajalive.in
Wednesday, December 10, 2025
18.1 C
Bhubaneswar

ଆଜିଠୁ ୩ ଦିନ ଯାଏଁ ସରକାରୀ କର୍ମଚାରୀଙ୍କୁ ମୁଖ୍ୟାଳୟ ଛାଡିବା ମନା

ଭୁବନେଶ୍ଵର: ୩ ଦିନ ଯାଏଁ ହେଡ୍‌ କ୍ଵାଟରର୍ସ ଛାଡି ଯାଇପାରିବେନି ସରକାରୀ ବାବୁ। ଛୁଟି ଦିନରେ ବି ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦେଶ ରହିଛି। ଆବଶ୍ୟକ ପଡିଲେ ସଟ୍ ନୋଟିସ୍ ରେ ତୁରନ୍ତ ଅଫିସ ରେ ହାଜର ହେବାକୁ ପଡିବ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି। ସେପ୍ଟେମ୍ବର ୧୪ରୁ ୧୬ ତାରିଖ ଅର୍ଥାତ୍ ଆଜିଠାରୁ ସେପ୍ଟେମ୍ବର ୧୬ ତାରିଖ ଯାଏଁ କୌଣସି ସରକାରୀ ଅଧିକାରୀ ହେଡ୍ କ୍ଵାଟର୍ସ ଛାଡି ଯାଇପାରିବେ ନାହିଁ ବୋଲି ନିର୍ଦେଶ ରହିଛି। ଆଜି ମାସର ଦ୍ଵିତୀୟ ଶନିବାର ହୋଇଥିବାବେଳେ କାଲି ରବିବାର ଏବଂ ସୋମବାର ମହାପୁରୁଷ ମହମ୍ମଦଙ୍କ ଜନ୍ମ ଦିବସ ଥିବାରୁ ସରକାରୀ ଛୁଟି ରହିଛି। ଏହା ସତ୍ବେ ମଧ୍ୟ ଛୁଟି ଦିନରେ ବି ହେଡକ୍ଵାଟର୍ସ ଛାଡି ନଯିବା ଲାଗି ସରକାରୀ ଅଧିକାରୀ ମାନଙ୍କୁ ନିର୍ଦେଶ ରହିଛି। ଆସନ୍ତା ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଥିବାବେଳେ ପିଏମଙ୍କ ଗସ୍ତକୁ ନଜରରେ ରଖି ଏଭଳି ନିର୍ଦେଶ ହୋଇଥିବା ଚର୍ଚ୍ଚା ହେଉଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories