Patra electronics

ଦେଶର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାରରେ ରିହାତି, ଜାଣନ୍ତୁ..

ନୂଆଦିଲ୍ଲୀ : ଗତ କିଛି ବର୍ଷ ଧରି ଇଭିର ଚାହିଦା ବଢିବାରେ ଲାଗିଛି । ସମସ୍ତେ ଇଭି ଆଡେ ମୁହାଁଉଛନ୍ତି । ଏହି କ୍ଷେତ୍ରରେ ଏବେ ଟାଟା ମୋଟର୍ସ ନିଜ ଦବଦବା ବଜାୟ ରଖିଛି । ଭାରତରେ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାରରେ ପ୍ରାୟ ୬୫ ପ୍ରତିଶତ ଭାଗିଦାରୀ ଟାଟା ମୋଟର୍ସର ହିଁ ରହିଛି । ଏବେ ଅନ୍ୟ ଏକ ଇଲେକ୍ଟ୍ରିକ୍ କାରକୁ ନେଇ ଖୁସିଖବର ଆସିଛି । ଯଦି ଆପଣ ମଧ୍ୟ ଆଗକୁ ଇଲେକ୍ଟ୍ରିକ୍ କିଣିବାକୁ ଯୋଜନା କରୁଛନ୍ତି କେବେ ଏମଜି କମେଟ୍ ଭଲ ବିକଳ୍ପ ହୋଇପାରେ । ଏଥିରେ ଏବେ କମ୍ପାନୀ ସର୍ବାଧିକ ୯୦ ହଜାର ଟଙ୍କାର ରିହାତି ପ୍ରଦାନ କରୁଛି । ଦାମ୍ ଅନୁସାରେ ଏବେ ଏମଜି କମେଟ୍ ଏବେ ଦେଶରୁ ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍ କାର । ଗ୍ରାହକ ଏହାକୁ ନିକଟସ୍ଥ ଡିଲରସିପରୁ କ୍ରୟ କରିପାରିବେ ।

ଏହି ଇଲେକ୍ଟ୍ରିକ୍ କାରରେ ଏଲଇଡି ହେଡଲ୍ୟାମ୍ପ ଓ ଟେଲଲ୍ୟାମ୍ପ, ଓ୍ବେୟାରଲେସ୍ ଆଣ୍ଡ୍ରଏଡ୍ ଅଟୋ ଆଣ୍ଡ୍ ଆପଲ କାରପ୍ଲେ କନେକ୍ଟିଭିଟିକୁ ସପୋର୍ଟ କରୁଥିବା ୧୦.୨୫ ଇଞ୍ଚର ଟଚସ୍କ୍ରିନ୍, ଡିଜିଟାଲ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସାମିଲ । ଏହା ବ୍ୟତୀତ ଇଭିରେ ୫୫ରୁ ଅଧିକ କନେକ୍ଟେଡ୍ କାର୍ ଫିଚର୍ସ, ସୁରକ୍ଷା ପାଇଁ ୬ ଏୟାରବ୍ୟାଗ୍, ରିୟର ପାର୍କିଂ ସେନ୍ସର ଓ ରିଭର୍ସ ପାର୍କିଂ କ୍ୟାମେରା ମଧ୍ୟ ଦିଆଯାଇଛି । ଭାରତୀୟ ମାର୍କେଟରେ ଏମଜି କମେଟ ଇଭିର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ଦାମ୍ ୬.୯୯ ଲକ୍ଷ ଟଙ୍କାଠୁ ଆରମ୍ଭ କରି ଟପ୍ ମଡେଲରେ ୯.୫୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥାଏ ।

Comments are closed.