www.samajalive.in
Saturday, December 13, 2025
23.1 C
Bhubaneswar

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ବୈଠକ

ଭୁବନେଶ୍ୱର: ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ୟ୍ୟାଦା ପ୍ରଦାନ କରିବା ପାଇଁ ଏକ ପ୍ରତିନିଧି ମଣ୍ଡଳ ଆଜି ସଂସ୍କୃତି ବିଭାଗ ନିର୍ଦେଶକ ରଞ୍ଜନ କୁମାର ଦାସଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରତିନିଧି ମଣ୍ଡଳୀରେ ଡ଼. କୀର୍ତ୍ତନ ନାରାୟଣ ପାଢ଼ୀ, ଭାଷା ଆନ୍ଦୋଳନ, ଓଡ଼ିଶାର ଆବାହକ ପବିତ୍ର ମହାରଥା, ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ଏବଂ ସଙ୍ଗୀତ ବିଶାରଦ ସଙ୍ଗୀତା ପଣ୍ଡା ଅଂଶଗ୍ରହଣ କରିଥିଲେ।
ରାଜ୍ୟ ସରକାରଙ୍କ ପ୍ରସ୍ତାବିତ କୋର କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଗୁରୁ ଡ଼. ଦାମୋଦର ହୋତାଙ୍କୁ ସାମିଲ କରିବା ସହ ଏକ ସମନ୍ୱୟ କମିଟି ଗଠନ କରିବା ପ୍ରସ୍ତାବ ଦିଆଗଲା। ଏହି ସମନ୍ୱୟ କମିଟି ରାଜ୍ୟସରକାର, କେନ୍ଦ୍ର ସରକାର ଓ ସ୍ୱନାମଧନ୍ୟ ସଙ୍ଗୀତ ବିଶାରଦମାନଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରି ଏକ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମର୍ୟ୍ୟାଦା ଆହରଣ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଗଲା। ଏଥିରେ ଗଣମାଧ୍ୟମ, ସରକାରୀ ସଙ୍ଗୀତ ସମ୍ବନ୍ଧିତ ଅନୁଷ୍ଠାନ ତଥା ବୁଦ୍ଧିଜୀବୀ ମାନଙ୍କୁ ସାମିଲ କରାଯିବାପାଇଁ ପ୍ରସ୍ତାବ ଦିଆଗଲା।

ଡ.କୀର୍ତ୍ତନ ନାରାୟଣ ପାଢ଼ୀ ଏବଂ ଗୁରୁ ଗୋପାଳ ପଣ୍ଡାଙ୍କ ଲିଖିତ ଓ ପ୍ରକାଶିତ ସମସ୍ତ ନଥିପତ୍ରକୁ ସଙ୍କଳନ କରି ରାଜ୍ୟସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେବାକୁ ଥିବା ଓଡ଼ିଶୀ ସଙ୍ଗୀତର ଇତିହାସ, ବ୍ୟାକରଣ, ଶାସ୍ତ୍ରୀୟତା, ଗାୟନ ଶୈଳୀ, ରାଗ,ତାଳ ଓ ବାଦ୍ୟ ଇତ୍ୟାଦି ସମ୍ପର୍କରେ ତଥ୍ୟନିଷ୍ଠ ସଙ୍କଳନ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦିଆଗଲା।
ରାଜ୍ୟର ଓଡ଼ିଶୀ ସଙ୍ଗୀତ ପ୍ରେମୀ ଜନସାଧାରଣ, ଅନୁଷ୍ଠାନ, ଗଣମାଧ୍ୟମ ତଥା ଲେଖକ ଲେଖିକା ମାନେ ଓଡ଼ିଶୀ ସଙ୍ଗୀତ ଉପରେ ନିଜସ୍ୱ ରଚନା ସର୍ବଭାରତୀୟ ସ୍ତରରେ ପ୍ରକାଶ କରି ଓଡିଶୀ ସଙ୍ଗୀତର ମର୍ଯ୍ୟାଦା ବୃଦ୍ଧି କରିବା ପାଇଁ ଅନୁରୋଧ କରାଗଲା। ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ ପ୍ରତି ପ୍ରତିନିଧି ମଣ୍ଡଳୀ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Hot this week

ପୂର୍ବରୁ ୧୩ଥର ହୋଇସାରିଛନ୍ତି , ଏବେ ପୁର୍ନବାର କାହିଁକି ?

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

Related Articles

Popular Categories