www.samajalive.in
Saturday, December 6, 2025
14.1 C
Bhubaneswar

ସମ୍ବଲପୁର ରେଳ ମଣ୍ଡଳରେ ଆନ୍ତଃ ବିଭାଗୀୟ ଖେଳ ଟୁର୍ଣ୍ଣାମେଣ୍ଟ

ସମ୍ବଲପୁର: ପୂର୍ବତଟ ରେଳପଥ କ୍ରିଡା ସଙ୍ଗଠନ ସମ୍ବଲପୁର ପକ୍ଷରୁ ୩ ରୁ ୧୨ ଫେବୃଆରୀ ପର୍ଯ୍ୟନ୍ତ ସ୍ଥାନୀୟ ରେଳବାଇ ଷ୍ଟାଡିୟମ ଠାରେ ଆନ୍ତଃ ବିଭାଗୀୟ ଖେଳ ଟୁର୍ଣ୍ଣାମେଣ୍ଟ ୨୦୨୫ର ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ କ୍ରିକେଟ, ଭଲିବଲ, ବ୍ୟାଡମିଣ୍ଟନ ଓ ଟେନିସ ଆଦି ଖେଳ ଅର୍ନ୍ତଭୁକ୍ତ ରହିଛି। ଏହି ପ୍ରତିଯୋଗିତାକୁ ମଣ୍ଡଳ ରେଳ ପ୍ରବନ୍ଧକ ତୁଷାରକାନ୍ତ ପାଣ୍ଡେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ଲିନା ପାଣ୍ଡେ ଯୋଗ ଦେଇଥିଲେ। କ୍ରିଡାରେ ସକ୍ରିୟ ଅଂଶଗ୍ରହଣ ଆମକୁ ମାନସିକ ଓ ଶାରୀରିକ ସ୍ତରରେ ସୁସ୍ଥ ରଖିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ପାଣ୍ଡେ କହିଛନ୍ତି। ଉଦଘାଟନୀ କ୍ରିକେଟ ମ୍ୟାଚ ଆପିଏଫ ଦଳ ବନାମ ପରିଚାଳନା ଦଳ ମଧ୍ୟରେ ହୋଇଥିଲା। ଆରପିଏଫ ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୫ ୱିକେଟ ବିନିମୟରେ ୭୮ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ପରିଚାଳାନ ଦଳ ୯.୧ ଓଭରରେ ୪ ୱିକେଟ ହରାଇ ୭୯ ରନ ସଂଗ୍ରହ କରି ମ୍ୟାଚକୁ ଜିଣିଛି। ସେହିଭଳି ଦ୍ୱିତୀୟ ମ୍ୟାଚରେ ବୈଦ୍ୟୁତିକ (ସାଧାରଣ) ଓ ବୈଦ୍ୟୁତିକ (ଓପି) ମଧ୍ୟରେ ହୋଇଥିଲା। ଏଥିରେ ଓପି ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୨ ୱିକେଟ ବିନିମୟରେ ୧୨୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ସାଧାରଣ ଦଳ ୧୦ ଓଭରରେ ୬ ୱିକେଟ ହରାଇ ୬୭ ରନ ସଂଗ୍ରହ କରି ମ୍ୟାଚ ୫୭ ରନରେ ହାରି ଯାଇଥିଲା। କ୍ରିଡା ଅଧିକାରୀ ରିତେଶ ମେହେର, କ୍ରିଡା ସଚିବ ଆଲୋକ ରଞ୍ଜନ ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ ଏହି ପ୍ରତିଯୋଗିତାରେ ଅନେକ ଦର୍ଶକ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories