www.samajalive.in
Sunday, December 7, 2025
14.1 C
Bhubaneswar

ନୂଆ ନୀତି ଅନୁଯାୟୀ ପ୍ରତିଦିନ ୩ଲକ୍ଷ କରୋନା ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ବର : ଆସନ୍ତାକାଲିଠାରୁ ନୁଆ ନୀତି ଅନୁଯାୟୀ ରାଜ୍ୟରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହେବ। ପ୍ରତିଦିନ ୩ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କରୋନା ଟିକାକରଣ ପାଇଁ ଏଥର ଉଭୟ ଅନ୍‌ଲାଇନ ଓ ଅଫଲାଇନରେ ସମ୍ପୂର୍ଣ୍ଣ ଟିକାକରଣ ଅଭିଯାନ ଚଳାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଗ୍ୟ ବିବେଚିତ ବର୍ଗର ସମସ୍ତ ଲୋକଙ୍କୁ ଯେଭଳି ସମ୍ପୂର୍ଣ୍ଣ ଟିକାକରଣ କରାଯାଇପାରିବ ସେଥିପାଇଁ ଅନଲାଇନ ଓ ଅଫଲାଇନ ପଞ୍ଜୀକରଣ ପରେ ଟିକା ଦେବା ନେଇ ବ୍ୟବସ୍ଥା କରାଯାଇଛି।  ତେଣୁ ଯେଉଁମାନେ ଅନଲାଇନରେ ନାମ ପଞ୍ଜୀକରଣ କରିଥିବେ ସେମାନେ ଟିକାକରଣ କେନ୍ଦ୍ରକୁ ଆସି ଟିକା ନେଇପାରିବେ। ସେହିପରି ଟିକାକରଣ କେନ୍ଦ୍ରରେ ଅଫଲାଇନରେ ନାମ ପଞ୍ଜୀକରଣ କରି ମଧ୍ୟ ଟିକା ନେଇପାରିବେ। ୧୮ବର୍ଷରୁ ୪୪ ଏବଂ ୪୫ରୁ ଅଧିକ ବର୍ଷ ବର୍ଗର ସମସ୍ତ ଲୋକଙ୍କୁ ପ୍ରଥମ ପାନ ଓ ଦ୍ବିତୀୟ ପାନ ଟିକା ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି। ଉଭୟ କେନ୍ଦ୍ର ସରକାର ପଠାଇଥିବା ଓ ରାଜ୍ୟ କିଣିଥିବା କରୋନା ଟିକା ସେମାନଙ୍କୁ ଦିଆଯିବ ବୋଲି ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣା ଅନୁଯାୟୀ ଆସନ୍ତା କାଲି ଅର୍ଥାତ ଜୁନ ୨୧ରୁ ଦେଶରେ ନୂଆ ଟିକାକରଣ ନୀତି ଅନୁସାରେ ଟିକାକରଣ ଆରମ୍ଭ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ଏବଂ ପ୍ରତିଦିନ ୩ ଲକ୍ଷ ଟିକାକରଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏହା ସହିତ ଯେଉଁମାନେ ଗୋଟିଏ ଟିକା ନେଇଛନ୍ତି ସେମାନଙ୍କୁ ଠିକ ସମୟରେ ଦ୍ବିତୀୟ ପାନ ଟିକା ଦିଆଯିବା ଉପରେ ଗୁରୁତ୍ବ ଦିଆଯାଇଛି। ଆସନ୍ତା କାଲି ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ଉଭୟ କେନ୍ଦ୍ର ସରକାର ପଠାଇଥିବା ଟିକା ଓ ରାଜ୍ୟ ସରକାର କିଣିଥିବା ଟିକା ବ୍ୟବହାର କରାଯିବ। ଟିକାକାରଣ ପାଇଁ ଉଭୟ ଅନଲାଇନ ଓ ଅଫଲାଇନରେ ପଂଜୀକରଣ ପାଇଁ ପୌରପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ଟି ଲେଖାଏଁ ସେସନ କରାଯିବ। ସେହିପରି ପଞ୍ଚାୟତ ସମିତି (ବ୍ଲକ) ଓ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ରେ ପ୍ରତିଦିନ ୫ଟି ଲେଖାଏଁ ସେସନ କରାଯିବ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟର ସବୁ ଜିଲାର ଜିଲ୍ଲାପାଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମ ତଥା ମୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦେଶ ଜାରି କରିଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories