www.samajalive.in
Saturday, December 13, 2025
27.1 C
Bhubaneswar

ୱାଇଜିଟିଟିଏ ରାଜ୍ୟ ଟିଟି:ସେମିରେ ଶ୍ବେତା, ଊର୍ଜା, ଜିଜ୍ଞାସୁ, ଅନ୍ବେଷା

କଟକ: ଓଡ଼ିଶା ରାଜ୍ୟ ଟେବୁଲଟେନିସ ଆସୋସିଏସନ ଆନୁକୂଲ୍ୟରେ ସିଡିଏ ସେକ୍ଟର-୭ ସ୍ଥିତ ବିଜୁ ପଟ୍ଟନାୟକ ଇନଡୋର ୨୯ତମ ୱାଇଜିଟିଟିଏ ରାଜ୍ୟ ମାନ୍ୟତା ଟେବୁଲଟେନିସ ଚମ୍ପିଆନସିପ୍‌ ଆରମ୍ଭ ହୋଇଛି। ଏଥିରେ ୧୫ ବର୍ଷରୁ କମ୍‌ ବାଳକ ଏକକ ସେମିଫାଇନାଲରେ ଜିଜ୍ଞାସୁ ସାଇ କିରଣ ପ୍ରଧାନ-ହିତେଶ ଅଗ୍ରୱାଲାଙ୍କୁ ଜୟାସ୍ତୁ ଦାସଗୁପ୍ତା-ଜାଏଦ ଖାନଙ୍କୁ ,ବାଳିକାରେ ଉର୍ଜା ବର୍ମା-ଆରଧ୍ୟା ସାହୁଙ୍କୁ, ସାକ୍ଷୀ ଭଗତ-ଶ୍ବେତା ବର୍ମାଙ୍କୁ ଭେଟିବେ। ୧୧ ବର୍ଷରୁ କମ୍‌ ବାଳିକା ଏକକ ସେମିଫାଇନାଲରେ ଆରଧ୍ୟା ସାହୁ- ଅନୋଖି ମହାନ୍ତିଙ୍କୁ, ଅନ୍ବେଷା ଅନିନ୍ଧା- ଗାୟତ୍ରୀ ପଟ୍ଟନାୟକଙ୍କୁ, ବାଳକରେ ସୁବିତ ପ୍ରଧାନ-ସ୍ବସ୍ତିକ ସିଂହଙ୍କୁ, ଦେବସ୍ମାନ ମିଶ୍ର-ଅଭିନିଶ ଶୁବ୍ରମଣ୍ୟମଙ୍କୁ ଭେଟିବେ।

ମହିଳା ଏକକରେ ଶ୍ବେତପଦ୍ମା ଦଳାଇ, ମୟୂରୀ ଚାଟାର୍ଜୀ, ନେହା କୁମାରୀ, ସିକୃତି ଭଗତ ରାଉଣ୍ଡରବିନ ଲିଗ୍‌ରେ ଚମ୍ପିଆନ ହୋଇଛନ୍ତି। ୧୭ ବର୍ଷରୁ କମ୍‌ ବାଳିକା ଏକକ କ୍ବାର୍ଟର ଫାଇନାଲରେ ଉର୍ଜା ବର୍ମା -ଶ୍ବେତା ବର୍ମାଙ୍କୁ, ଆସ୍‌ନା ଆଦିତି- ଆଫିଆ ମୌସିମଙ୍କୁ, ଅଙ୍କିତା ଦଳାଇ-ଜୋ୍ୟା କୁମାରୀଙ୍କୁ ଓ ସାକ୍ଷୀ ଭଗତ- ସିଲ୍‌କି ମହାନ୍ତିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ୧୩ ବର୍ଷରୁ କମ୍‌ ବାଳକ ଏକ କ୍ବାର୍ଟର ଫାଇନାଲରେ ଜିଜ୍ଞାସୁ ସାଇ କିରଣ-ଆର୍ଯ୍ୟନ ପ୍ରସାଦ ସିଂହଙ୍କୁ,ଅୟୁଷମାନ ପତି -ଋତମ ଭୂୟଁାଙ୍କୁ, ହିତେଶ ଅଗ୍ରୱାଲ -ଅନୁଷ ମାନିଆଙ୍କୁ ଓ ସୟଦ ଅର୍ଶ ଅଲ୍ଲୀ-ସୋମନାଥ ସୁବୁଦ୍ଧିଙ୍କୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିଛନ୍ତି। ୧୩ ବର୍ଷରୁ କମ୍‌ ବାଳିକା ଏକକ ସେମିଫାଇନାଲରେ ଶ୍ବେତା ବର୍ମା-ଆର୍ଶୀ ସିୱାନସିଙ୍କୁ ଓ ଅନ୍ବେଷା ଅନିରୁଦ୍ଧ- ଆରଧ୍ୟା ସାହୁଙ୍କୁ ଭେଟିବେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories