www.samajalive.in
Thursday, December 11, 2025
18.1 C
Bhubaneswar

ପ୍ୟାରିସର ସଫଳତା ୨୦୩୬ ଅଲିମ୍ପିକ୍‌ସ ପାଇଁ ଉତ୍ସାହିତ କରିବ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍‌ସ-୨୦୨୪ରୁ ଫେରିଥିବା ଭାରତୀୟ ଆଥ୍‌ଲେଟ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମସ୍ତ ଆଥ୍‌ଲେଟ୍‌ମାନଙ୍କୁ ସମ୍ବୋର୍ଦ୍ଧିତ କରି ପ୍ରଶଂସା କରିଛନ୍ତି। ପ୍ୟାରିସ ଅଲିମ୍ପିକ୍‌ସରେ ନୀରଜ ଚୋପ୍ରା ଓ ମନୁ ଭାକର କିଭଳି ଇତିହାସ ରଚିଛନ୍ତି ସେ ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ମନୁ ଭାକର ସ୍ବାଧୀନ ଭାରତର ପ୍ରଥମ ଆଥ୍‌ଲେଟ୍‌ଭାବେ ଅଲିମ୍ପିକ୍‌ସର ଏକ ସଂସ୍କରଣରେ ଦୁଇଟି ପଦକ ଜିତିଛନ୍ତି । ଯାହା ଭାରତ ପାଇଁ ଏହାଠାରୁ ଆଉ କଣ ବଡ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା ଭାରତର ପ୍ରଥମ ଆଥ୍‌ଲେଟ୍‌ ଯିଏ କି ଏକକ ବର୍ଗରେ ଅଲିମ୍ପିକ୍‌ସରେ ସ୍ବର୍ଣ୍ଣ ପରେ ରୌପ୍ୟ ଜିତିବାରେ ସଫଳ ହୋଇଛନ୍ତି।

୨୦୨୧ ଟୋକିଓ ଅଲିମ୍ପିକ୍‌ସରେ ନୀରଜ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ପୁରୁଷ ହକି ଦଳ, ସୁଟର ସରବଜୋତ ସିଂହ ,କୁସ୍ତିଯୋଦ୍ଧା ଅମନ ଶେରାୱତ ଓ ସ୍ବପ୍ନିଲ କୁଶାଲେଙ୍କ ସହ ଅନ୍ୟ ଖେଳାଳିମାନଙ୍କ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ। ଭାରତ ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ଆଗ୍ରହୀ ରହିଛି। ଏଥିପାଇଁ ମଧ୍ୟ ଦାବିଦାର ଦାଖଲ କରିବ। ଭାରତୀୟ ଅଲିମ୍ପିକ୍‌ସ ସଂଘ ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ଦାବିଦାର ଦାଖଲ ପାଇଁ ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ସହ ମଧ୍ୟ ଆଲୋଚନା ଚଳାଇଛି।

- Advertisement -

ଆଇଓଏ ଫ୍ୟୁଚର ହୋଷ୍ଟ କମିଶନ (ଏଫ୍‌ଏଚ୍‌ସି) ଏ ନେଇ ଭାରତୀୟ ସ୍ଥିତିକୁ ଅନୁଧ୍ୟାନ କରୁଛି। ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ଅଧିକାର ପାଇଁ ଆମେ ଆଶାବାଦୀ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ୟାରିସ ଅଲିମ୍ପିକ୍‌ସର ସଫଳତା ଆମକୁ ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ଉତ୍ସାହ ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପ୍ୟାରିସ ଅଲିମ୍ପିକ୍‌ସରେ ଭାରତ ଗୋଟିଏ ରୌପ୍ୟ ଓ ୫ଟି କାଂସ୍ୟ ସହ ୬ଟି ପଦକ ପାଇଥିଲା।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories