ଜୁଲାଇ ୮ରେ ଖୋଲିବନି ରତ୍ନଭଣ୍ଡାର, ନିଷ୍ପତ୍ତି ହୋଇନି କହିଲେ ଆଇନମନ୍ତ୍ରୀ
ଡେସ୍କ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଏକ ପ୍ରକାର ଅଚଳାବସ୍ଥା ଜାରି ରହିଛି। ବୁଧବାର ପୂର୍ବାହ୍ନରେ ରତ୍ନଭଣ୍ଡାର ଖୋଲିବା ନେଇ ଏକ ବଡ ଖବର ଆସିଥିଲା ଯେ ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ଅଧୀକ୍ଷକ ଡି. ବି. ଗଡ଼ନାୟକ ଗଣମାଧ୍ୟମକୁ ରତ୍ନଭଣ୍ଡାର ଖୋଲିବା ନେଇ ସୂଚନା ଦେଇଥିଲେ। ତେବେ ସନ୍ଧ୍ୟା ହେବା ବେଳକୁ କିନ୍ତୁ ନିଷ୍ପତ୍ତି ବଦଳି ଗଲା। ରତ୍ନ ଭଣ୍ଡାର ଖୋଲିବା ନେଇ ଏବେ କୌଣସି ନିଷ୍ପତ୍ତି ହୋଇ ନ ଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଜଣେ ଏଏସଆଇ ଅଧିକାରୀ ଏଭଳି ବିଭ୍ରାନ୍ତିକର ସୂଚନା ଦେଇଛନ୍ତି। ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Comments are closed.