www.samajalive.in
Saturday, December 6, 2025
23.1 C
Bhubaneswar

ବିମୁଦ୍ରାୟନ ଦେଶବାସୀଙ୍କ ସହିତ ମୋଦୀଙ୍କ ଏକ ବିଶ୍ୱାସଘାତ : ନିରଞ୍ଜନ

ଭୁବନେଶ୍ୱର :  ଚାରି ବର୍ଷ ପୂର୍ବେ  ୨୦୧୬ ମସିହା ନଭେମ୍ବର ୮ ଅର୍ଥାତ ଆଜିର ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମରେ ୫୦୦ ଓ ୧୦୦୦ ଟଙ୍କା ମୂଲ୍ୟର ନୋଟ୍ ମଧ୍ୟରାତ୍ରି ସୁଦ୍ଧା ଅବୈଧ ହୋଇଯିବା ନେଇ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ବିମୁଦ୍ରିକରଣ ନିଷ୍ପତିକୁ ପ୍ରଥମରୁ ବିରୋଧ କରି ଆସୁଥିବା କଂଗ୍ରେସ  ଆଜି ବିମୁଦ୍ରିକରଣକୁ ଚାରି ବର୍ଷ ପୁର୍ତ୍ତି ଅବସରରେ ମଧ୍ୟ ଏହି ନିଷ୍ପତ୍ତିକୁ ଘୋର ବିରୋଧ କରିଛି। ବିମୁଦ୍ରିକରଣକୁ ଚାରି ବର୍ଷ ପୁର୍ତ୍ତି ଅବସରରେ ଆଜି ଏକ ପ୍ରେସବାର୍ତା ମାଧ୍ୟମରେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକ ଦେଶରେ ସାମ୍ପ୍ରତିକ ଅର୍ଥନୈତିକ ଦୁଃସ୍ଥିତି ପାଇଁ ଠିକ୍ ଚାରିବର୍ଷ ତଳେ ନଭେମ୍ବର-୮, ୨୦୧୬ ମସିହା ରାତି-୮ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିମୁଦ୍ରାୟନକୁ ସଂପୂର୍ଣ୍ଣରୂପେ ଦାୟୀ କରିଛନ୍ତି ।

ଏହି ଘୋଷଣା ଫଳରେ ୫ଶହ ଓ ହଜାରେଟଙ୍କିଆ ନୋଟକୁ ରାତାରାତି ସଂପୂର୍ଣ୍ଣଭାବେ ଅଚଳ କରି ଦିଆଯାଇଥିଲା । ଏହାର କୁପରିଣାମ ସ୍ୱରୂପ ଦେଶର ଅର୍ଥବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେଲା ଯାହାର ଫଳସ୍ୱରୂପ ଆଜି ଦେଶର ଜିଡିପି ୮%ରୁ କମି ବିଯୁକ୍ତ ୨୩%ରେ ପହଞ୍ଚିଲାଣି । ବିମୁଦ୍ରାୟନ ଘୋଷଣା ସମୟରେ ନରେନ୍ଦ୍ର ମୋଦୀ ଯେଉଁ ଚାରୋଟି ପ୍ରମୁଖ କାରଣ ଦର୍ଶାଇଥିଲେ ଯେ କଳାଧନ ଉପରେ ରୋକ ଲାଗିବ, ଜାଲିନୋଟ କାରବାର ବନ୍ଦ ହେବ, ନକ୍ସଲବାଦ କାର୍ଯ୍ୟକଳାପ ବନ୍ଦ ହେବ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଲୋପପାଇବ । ଏ ସମସ୍ତ କଥା କେବଳ କଥାରେ ହିଁ ସୀମିତ ରହିଗଲା । ନୋଟବନ୍ଦି ସମୟରେ ମୋଦୀ ଯାହା କହିଥିଲେ ତାହାତ ହେଲା ନାହିଁ ବରଂ ନଗଦ ଟଙ୍କା ଦେଣନେଣର ଅଭାବ ହେତୁ କଳକାରଖାନା ଓ ଉଦ୍ୟୋଗଜଗତ କ୍ଷତିଗ୍ରସ୍ତ ହେଲା ଯାହାଫଳରେ ଦେଶରେ ବେରୋଜଗାରୀ ଭୟଙ୍କର ଭାବରେ ବଢ଼ିଚାଲିଲା । ବିମୁଦ୍ରାୟନ ଯୋଗୁଁ ଦେଶରେ ସାଧାରଣ ଜନତା ଏବଂ ବିଶେଷ ଭାବରେ ମଧ୍ୟବିତ, ନିମ୍ନମଧ୍ୟବିତ ଓ ଗରୀବଶ୍ରେଣୀର ଲୋକ ଭୟଙ୍କର ଭାବେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହୋଇଥିଲେ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

- Advertisement -

ନିରଞ୍ଜନ ଆହୁରୀ ମଧ୍ୟ କହିଛନ୍ତି ଯେ  ହଜାର ହଜାର କଳକାରଖାନା ତଥା ଅଣୁ, କ୍ଷ୍ୟୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଜଗତ ଉପରେ ଏହାର ନକରାତ୍ମକ ପ୍ରଭାବ ହେତୁ ଦେଶରେ କୋଟି କୋଟି ଲୋକ ନିଜର ରୋଜଗାର ହରାଇଥିଲେ । ବର୍ତମାନ ସୁଦ୍ଧା ମୋଦୀ ସରକାର ଦେଶର ଅର୍ଥବ୍ୟବସ୍ଥାକୁ ଟ୍ରାକକୁ ଆଣିବା ପାଇଁ ସକ୍ଷମ ହୋଇନାହାନ୍ତି କହି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହିତ ଏହାକୁ ଦେଶବାସୀଙ୍କ ସହିତ ମୋଦୀଙ୍କ ବିଶ୍ୱାସଘାତ ବୋଲି ଅଭିହିତ କରିଛନ୍ତି ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories