www.samajalive.in
Saturday, December 6, 2025
26.1 C
Bhubaneswar

ଭଗବାନ ଶ୍ରୀରାମଙ୍କ ଦ୍ବାରା ଅନୁପ୍ରେରିତ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ: ସିଙ୍ଗଡ଼ା-ଗୁଲାବଜମୁନ ବାଣ୍ଟି ପରିବାର ସହ ଦୀପାବଳି ପାଳିବାକୁ ଦେଲେ ପରାମର୍ଶ

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତି ଓ ପରମ୍ପରା ସମଗ୍ର ବିଶ୍ୱରେ ପ୍ରସିଦ୍ଧ । ଅନ୍ୟ ଦେଶର ଲୋକମାନେ ମଧ୍ୟ ନିଜ ଦେଶରେ ଭାରତୀୟ ପର୍ବ ପାଳନ କରନ୍ତି । ବିଶ୍ବର ଅନେକ ଦେଶରେ ଲୋକମାନେ ଦୀପାବଳି ପାଳନ କରୁଥିବା ଦେଖିବାକୁ ମିଳେ। ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଦୀପାବଳିକୁ ପ୍ରତିବର୍ଷ ପାଳନ କରନ୍ତି ଓ ଉତ୍ସାହର ସହ ଏହି ଉତ୍ସବକୁ ଅପେକ୍ଷା କରିଥାଆନ୍ତି । ଚଳିତ ବର୍ଷ ଦୀପାବଳି ଅବ୍ୟବହିତ ପୂର୍ବରୁ ସେ ଭାରତ ଓ ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ଭାରତୀୟ ସମୁଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ।

ଦୀପାବଳି ଅବ୍ୟବହିତ ପୂର୍ବରୁ  ବୋରିସ୍ ଜନସନ ଭାରତୀୟ ସମୁଦାୟକୁ ଏକ ଦୀପାବଳି ବାର୍ତା ଦେଇଛନ୍ତି । ସେ କହିଛନ୍ତି ଯେ   ଭଗବାନ ରାମ ଏବଂ ତାଙ୍କ ପତ୍ନୀ ସୀତା ରାକ୍ଷସ ରାବଣକୁ ପରାସ୍ତ କରିବା ପରେ ଫେରିବା ବେଳେ ସେମାନଙ୍କୁ ଲକ୍ଷ ଲକ୍ଷ ଦୀପ ଜଳାଇ ସ୍ୱାଗତ କରାଯାଇଥିଲା, ସେହିଭଳି ଏହି ଦୀପାବଳି ଆମ ପାଇଁ କରୋନା ଉପରେ ବିଜୟ ଆଣିବ। ଆମେ କରୋନା ବିପକ୍ଷରେ ବିଜୟୀ ହେବ । ସେ କହିଛନ୍ତି ଯେ ଏହି ପର୍ବ ଅନ୍ଧକାର ଉପରେ ଆଲୋକର ଏବଂ ମନ୍ଦ ଉପରେ ଭଲର ବିଜୟର ଉତ୍ସବ । ତେଣୁ ଠିକଣା ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଳିତ ପ୍ରୟାସ କରିବାକୁ ଲୋକଙ୍କୁ ବୋରିସ ଜନସନ ନିବେଦନ କରିଛନ୍ତି ।

- Advertisement -

ସୂଚନାଯୋଗ୍ୟ ଯେ ବ୍ରିଟେନରେ ଏବେ କରୋନାର ଦ୍ବିତୀୟ ଲହର ଆସିଛି । ଡ଼ିସେମ୍ବର ୨ ଯାଏ ଦେଶକୁ ତାଲାବନ୍ଦ ଘୋଷଣା କରାଯାଇଛି । ଏହି ଅବସରରେ ବୋରିସ କହିଛନ୍ତି ଯେ ଆଗକୁ ଆମ ପାଇଁ ନିଶ୍ଚିତ ଭାବରେ ଏକ ବଡ଼ ଆହ୍ବାନ ଅଛି। କିନ୍ତୁ ଦେଶର ଲୋକଙ୍କର ନିଷ୍ଠା, ସେମାନଙ୍କର ଲଢ଼ୁଆ ମନୋଭାବ ଓ ବୁଦ୍ଧିମତା କରୋନା ଉପରେ ସେମାନଙ୍କୁ ବିଜୟୀ କରାଇବ ।

ସେହିପରି ସେ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବମାନଙ୍କୁ ପ୍ରଶଂସାକରି କହିଛନ୍ତି ଯେ  କଷ୍ଟସାଧ୍ୟ ସମୟରେ ଭାରତୀୟମାନେ ଏକ ନିରାପଦ ପର୍ବ ପାଳନ କରିବା ପାଇଁ ଉତ୍ସବକୁ ବଳି ଦେଇ ମହାମାରୀକୁ ମୁକାବିଲା କରିବାକୁ ଏକାଠି ହୋଇଛନ୍ତି ।  ସେମାନେ ଜାଣନ୍ତି ଯେ ସାମାଜିକ ଦୂରତା ଅନୁସରଣ କରି ଦୀପାବଳି ପାଳନ କରିବା ସହଜ ହେବ ନାହିଁ। ତେଣୁ ନିଜ ବନ୍ଧୁ ଓ ପରିଜନମାନଙ୍କ ସହ ଦୀପାବଳି ପାଳନ କରନ୍ତୁ, ସିଙ୍ଗଡ଼ା ଓ ଗୁଲାବଜାମୁନ ବାଣ୍ଟନ୍ତୁ ବୋଲି ବୋରିସ ଜନସନ କହିଛନ୍ତି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories