www.samajalive.in
Saturday, December 6, 2025
16.1 C
Bhubaneswar

ସରକାର ଯୋଗାଇବ ସହାୟତା, ବିକାଶକୁ ତ୍ବରାନ୍ବିତ ପାଇଁ ମାଓବାଦୀମାନେ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ: ପୁଲିସ ମହାନିର୍ଦେଶକ ଅଭୟ

ମାଲକାନଗିରି: ରାଜ୍ୟରେ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ମାଓବାଦୀମାନେ ସଂଗଠନ ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ, ସେମାନଙ୍କୁ ସରକାର ସମସ୍ତ ପ୍ରକାର ସହାୟତା ଓ ସହଯୋଗ ଯୋଗାଇ ଦେବେ ବୋଲି ପୁଲିସ ମହାନିର୍ଦେଶକ ଅଭୟ ମାଓବାଦୀମାନଙ୍କୁ ଆହ୍ବାନ ଦେଇଛନ୍ତି।
ପୁଲିସ ମହାନିର୍ଦେଶକ ଅଭୟ କହିଛନ୍ତି ଯେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ମାଓବାଦୀମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଯୋଗାଇ ଦିଆଯିବ। ଏହାସହ ସରକାର ପକ୍ଷରୁ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ଦେଇ ଆତ୍ମନିର୍ଭରଶୀଳ ହେବା ପାଇଁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ସ୍ୱାଭିମାନ ଅଞ୍ଚଳର ସମସ୍ତ ବିକାଶ କାର୍ଯ୍ୟକୁ ତରାନ୍ୱିତ କରାଯାଇପାରିବ ବୋଲି ମାଲକାନ୍‌ଗିରି ଜିଲା ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦେଶକ ଅଭୟ ପ୍ରକାଶ କରିଛନ୍ତି।

ଗୁରାସେତୁରେ ବିଏସ୍ଏଫ୍​କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ମାଓବାଦୀଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଏଥିସହ ଯବାନମାନେ ସବୁ ଅଞ୍ଚଳ ବୁଲି କୁମ୍ବିଂ ଅ୍ପରେସନକୁ ଜୋରସୋର କରିବାରେ ଲାଗିଛନ୍ତି। ଆଗାମୀ ଦିନରେ ନିଶ୍ଚୟ ଏହି ଅଞ୍ଚଳ ମାଓ ମୁକ୍ତ ଅଞ୍ଚଳ ଭାବେ ପରିଚିତ ହେବ ଏଥିରେ ଦ୍ୱିମତ ନାହିାଁ ଏଥିସହ ସ୍ୱାଭିମାନ ଅଞ୍ଚଳରେ ବିଏସଏଫଙ୍କ ସହାୟତାରେ ଉନ୍ନତି କାର୍ଯ୍ୟ ତରାନ୍ୱିତ ହେବାରେ ଲାଗିଛି। କୌଣସି ଠିକାଦାର ମାଓ ଭୟରେ କାର୍ଯ୍ୟା ବନ୍ଦ କରିବାର ଆବଶ୍ୟକ ନାହିଁ। ତେଣୁ ସମସ୍ତ ଠିକାଦାରଙ୍କୁ ଆମ୍ଭେ ସୁରକ୍ଷା ଯୋଗାଇ ଦେଉଛୁ। ସ୍ୱାଭିମାନ ଅଞ୍ଚଳରେ ଉନ୍ନତି କାର୍ଯ୍ୟକୁ ତରାନ୍ୱିତ କରିବାରେ ଲାଗିଛୁ ବୋଲି ପୁଲିସ ମହାନିର୍ଦେଶକ ଅଭୟ କହିଥିଲେ।
ମାଲକାନ୍‌ଗିରି ଜିଲା ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଆୟୋଜିିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦେଶକ ଆର୍.କେ.ଶର୍ମା, ଆଇ.ଜି. ଅପରେସନ ଅମିତାଭ ଠାକୁର, ବିଏସ୍ଏଫ୍ ଆଇଜି ଏମ୍.ଏସ୍. ଶର୍ମା, ଦକ୍ଷିଣ ପଶ୍ଚମିମାଂଚଳ ଡିଆଇଜି ସଫଇମ୍ ଅହମଦ୍ଦ କେ, ମାଲକାନଗିରି ଏସ୍‌ପି ଋଷିକେଶ ଡି ଖିଲାରିଙ୍କ ସହ ଅନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

- Advertisement -

ମାଲାକନଗିରି ଜିଲା ଚିତ୍ରୋକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳକୁ ଆଜି ରାଜ୍ୟ ପୁଲିସ ମହାନିର୍ଦେଶକ ଅଭୟ ଗସ୍ତ କରିଛନ୍ତି। ଏକ ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପ୍ରଥମେ ସେ ଗୁରାସେତୁ ଠାରେ ପହଞ୍ଚିଲା ପରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଏସଏଫ କ୍ୟାମ୍ପରେ ପୁଲିସ ଅଧିକାରୀଙ୍କ ସହ ମାଓଦମନ ରଣନୀତି ସମ୍ପର୍କରେ ଆଲୋଚନା କରିଥିଲ। କିଭଳି ଭାବେ ଦୀର୍ଘ ୬୦ ବର୍ଷ ଧରି ଜଳବନ୍ଦି ଥିବା ଏହି ଆଦିବାସୀଙ୍କ ସରକାରୀ ସୁବିଧା ପହଞ୍ଚିପାରିବ ଓ ସରକାରୀ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରୁଥିବା ଅଗଣତାନ୍ତ୍ରିକ ତତ୍ତ୍ବକୁ ଦମନ କରାଯାଇ ଆଦିବାସୀଙ୍କ ପାଖରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସେମାନଙ୍କ ନିକଟରେ ପହଞ୍ଚିବ ସେ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଭରସା ଦେଇଥିଲ। ଏହି ଅବସରରେ ଗ୍ରାମବାସୀ ଓ ପିଲାମାନଙ୍କୁ ପାଠ୍ୟପୋରକରଣ ବସ୍ତ୍ର ଇତ୍ୟାଦି ବିତରଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories