BJD Bijuli 480×75 Mob

ଏଣିକି ସମସ୍ତେ ଆସିବେ ଅଫିସ

BJD Bijuli 480×75 Mob

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଷଷ୍ଠ ପର୍ଯ୍ୟାୟ ତାଲାବନ୍ଦ ନିଷ୍ପତ୍ତିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ସମସ୍ତପ୍ରକାର ସରକାରୀ କାର୍ଯ୍ୟାଳୟରେ ଏଣିକି ଶତପ୍ରତିଶତ କର୍ମଚାରୀ ଆସିବାକୁ ବାଧ୍ୟତାମୂଳକ କରାଯାଇଛି। ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ନିର୍ଦେଶନାମା ଜାରି ହୋଇଛି। ବିଭାଗୀୟ ଅତିରିକ୍ତ ମୁଖ୍ୟଶାସନ ସଚିବ ସଞ୍ଜୀବ ଚୋପ୍ରା ଦର୍ଶାଇଛନ୍ତି ଯେ ଯେଉଁମାନେ ସ୍ୱାସ୍ଥ୍ୟଗତ ଅବା ଅନ୍ୟ କୌଣସି ସମସ୍ୟାରୁ କୋଭିଡ ଟିକା ନେଇପାରିନାହାନ୍ତି ସେମାନେ ଲିଖିତ ଭାବେ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ।

ଏହାବାଦ୍ କୌଣସି କ୍ଷେତ୍ରରେ ଯଦି କର୍ମଚାରୀଙ୍କ କିଛି ଗୁରୁତର ଅସୁବିଧା ଥିବ ସେଭଳି କ୍ଷେତ୍ରରେ ଆବେଦନକୁ ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ମାତ୍ର ଅନ୍ୟ ସମସ୍ତଙ୍କ କ୍ଷେତ୍ରରେ ଏଣିକି କାର୍ଯ୍ୟାଳୟକୁ ଆସିବାକୁ ପଡ଼ିବ। ସେ ଦର୍ଶାଇଛନ୍ତି ଯେ ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ଛୁଟି ରହିବ। ତେବେ ଅଧିକାଂଶ କର୍ମଚାରୀ ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଥିବାରୁ ସେମାନେ ନିୟମିତ କାର୍ଯ୍ୟାଳୟ ଆସିବେ। ଯେଉଁ କର୍ମଚାରୀମାନେ ଟିକା ନେଇ ନ ଥିବେ ସେମାନଙ୍କୁ ଜୁଲାଇ ୧୬ରୁ କାର୍ଯ୍ୟାଳୟ ଆସିବାକୁ ଅନୁମତି ମିଳିବନାହିଁ ଓ ତାହା ସରକାରୀ ନିର୍ଦେଶର ଅବମାନନା ଭାବେ ବିବେଚନା କରାଯିବ। ଏସବୁ ବ୍ୟତୀତ କାର୍ଯ୍ୟାଳୟଗୁଡ଼ିକରେ କୋଭିଡ ନିୟମ କଡ଼ାକଡ଼ି ପାଳନ ପାଇଁ ଶ୍ରୀ ଚୋପ୍ରା ଦର୍ଶାଇଛନ୍ତି।

Comments are closed.