ଭବାନୀପାଟଣା : ଗଞ୍ଜାମ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପୂଷା ମୁଣ୍ଡାଙ୍କ ଗାଡିରୁ ୩ ଲକ୍ଷ ଟଙ୍କା ମିଳିବା ଘଟଣାରେ ତାଙ୍କ ଭବାନୀପାଟଣା ଘରେ ଭିଜିଲାନ୍ସ ଚଢାଉ ଚାଲିଛି। ସ୍ଥାନୀୟ ସାନ୍ଧ୍ୟ ମହାବିଦ୍ୟାଳୟ ନିକଟରେ ଶ୍ରୀ ମୁଣ୍ଡାଙ୍କର ଏକ ଦୁଇ ମହଲା ଘର ରହିଛି। ଏଠାରେ ତାଙ୍କ ପରିବାର ରହୁଛନ୍ତି। ଭବାନୀପାଟଣା ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇଣ୍ଡଙ୍କ ନେତୃତ୍ୱରେ ଏକ ଦଳ ଚଢାଉ ଜାରି ରଖିଛି । ସନ୍ଧ୍ୟା ସୁଦ୍ଧା ଅନ୍ୟ ସମ୍ପତ୍ତି ସଂକ୍ରାନ୍ତରେ ସବିଶେଷ ତଥ୍ୟ ମିଳିନାହିଁ।
Popular Categories



