www.samajalive.in
Thursday, December 11, 2025
16.1 C
Bhubaneswar

ନାମ୍ବିଆରେ ଉଦ୍ୟୋଗ ବିକାଶ କେନ୍ଦ୍ର ସ୍ଥାପନ କରିବ ଭାରତ

ଡେସ୍କ: ନାମ୍ବିଆରେ ଏକ ଉଦ୍ୟୋଗ ବିକାଶ କେନ୍ଦ୍ର ସ୍ଥାପନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉଭୟ ଦେଶ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ଦେଶ ସ୍ୱାସ୍ଥ୍ୟ ଏବଂ ଔଷଧ କ୍ଷେତ୍ରରେ ସହଯୋଗ ପାଇଁ ମଧ୍ୟ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷର କରିଛନ୍ତି। କେନ୍ଦ୍ରୀୟ ଔଷଧ ଗବେଷଣା ପ୍ରତିଷ୍ଠାନ ଏବଂ ଗ୍ଲୋବାଲ୍ ବାୟୋଫୁଏଲ୍ସ ଆଲାଏନ୍ସରେ ନାମ୍ବିଆର ଯୋଗଦାନ ପାଇଁ ସ୍ୱୀକୃତି ପତ୍ର ମଧ୍ୟ ଉପସ୍ଥାପନ କରାଯାଇଛି।

ନାମ୍ବିଆର ରାଜଧାନୀ ୱିଣ୍ଡହୋକ୍‌ର ଷ୍ଟେଟ୍ ହାଉସ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନାମ୍ବିଆର ରାଷ୍ଟ୍ରପତି ନେଟୁମ୍ବୋ ନନ୍ଦୀ-ନଦୈତୱାଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ପରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗର ନୂତନ କ୍ଷେତ୍ର ଅନୁସନ୍ଧାନ କରି ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଭାଗୀତାକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଥିଲା।

- Advertisement -

ପ୍ରଧାନମନ୍ତ୍ରୀ ମୋଦି ୱିଣ୍ଡହୋକ୍‌ର ଜାତୀୟ ସ୍ମାରକୀ ହିରୋସ୍ ଏକର୍‌ରେ ନାମ୍ବିଆର ପ୍ରତିଷ୍ଠାତା ପିତା ସାମ ନୁଜୋମାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅନ୍ୟ ପକ୍ଷରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ​​କରିବାରେ ତାଙ୍କ ଅବଦାନ ପାଇଁ ଶ୍ରୀ ମୋଦିଙ୍କୁ ନାମ୍ବିଆର ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି। ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ନାମ୍ବିଆର ସଂସଦକୁ ସମ୍ବୋଧିତ କରିବେ, ଯାହା ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ହେବ। ଏହା ଶ୍ରୀ ମୋଦୀଙ୍କ ସମ୍ପଦ ସମୃଦ୍ଧ ଦକ୍ଷିଣ ଆଫ୍ରିକୀୟ ଦେଶକୁ ପ୍ରଥମ ଗସ୍ତ ଏବଂ ପ୍ରାୟ ତିନି ଦଶନ୍ଧି ପରେ ଭାରତରୁ ତୃତୀୟ ପ୍ରଧାନମନ୍ତ୍ରୀସ୍ତରୀୟ ନାମ୍ବିଆ ଗସ୍ତ। ବୁଧବାର ସକାଳେ ଶ୍ରୀ ମୋଦୀ ତାଙ୍କର ପାଞ୍ଚ-ରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ୱିଣ୍ଡହୋକରେ ପହଞ୍ଚିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories